ଜହ୍ଲାଦ ସାଜିଲା ସ୍ୱାମୀ! ନୃଶଂସ ଭାବରେ ସ୍ତ୍ରୀକୁ ହତ୍ୟା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟି ଉପଖଣ୍ଡରେ ଦିନକୁ ଦିନ ପାରିବାରିକ ହିଂସା, ବ୍ୟଭିଚାର, ଡାହାଣୀ ଅନ୍ଧ ବିଶ୍ୱାସ, ଜମିବାଡ଼ି ଗଣ୍ଡଗୋଳ, ଜୁଆଖେଳ,ଚୋରା ମଦ କାରବାର,ନାରୀ ନିର୍ଯାତନା,ନିଶାଦ୍ରବ୍ୟ କାରବାର, ନାବାଳିକା ଅସଦାଚରଣ ମାମଲା ବୃଦ୍ଧି ପାଉଛି । ଆଇନ୍ ଯେତେ ଶସକ୍ତ ହେଲେ ମଧ୍ୟ କେଉଁଠି ନା କେଉଁଠି କେଁ ରହି ଯାଉଛି ଯେ ଲୋକେ ‌ହିତାହିତ ଜ୍ଞାନ ଭୁଲି ନାରକୀୟ ଅମାନବୀୟ ଘଟଣା ଘଟେଇ ଦେଉଛନ୍ତି ! ଏହିଭଳି ଏକ ଅଭାବନୀୟ ଦୁଖଦ ଘଟଣା ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଡେମ୍ କାଦୁଆଣୀ ଗ୍ରାମରେ ରବିବାର ସଂଧ୍ୟା ୬ଟା ପାଖାପାଖି ସମୟରେ ଏକ ମାତାଲ୍ ସ୍ୱାମୀ ସାତ ଜୀବନର ସାଥୀ ତା’ର ସ୍ତ୍ରୀକୁ ବିଭତ୍ସ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଡେମ କାଦୁଆଣୀ ଗ୍ରାମର ଗଣେଶ ସିଂ ତା’ର ସ୍ତ୍ରୀ ସୁଲୋଚନା ସିଂ ସହିତ ଦିର୍ଘ ଦିନ ହେଲା ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା ।ଗଣେଶ ମାତାଲ୍ ଅବସ୍ଥାରେ ତା’ର ସ୍ତ୍ରୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ସୁଲୋଚନାର ଶଶୁର କୁହନ୍ତି । ରବିବାର ଦିନ କ’ଣ ହେଲା କେଜାଣି ମାତାଲ୍ ଗଣେଶ ନିଶାସକ୍ତ ଅବସ୍ଥାରେ ତା’ର ସ୍ତ୍ରୀକୁ ନଣ୍ଡା କରି ମୁଣ୍ଡ ଓ କାନରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା । ସେତିକିରେ ପିଶାଚ ଗଣେଶର ମନ ବୁଝିଲା ନାହିଁ ତା’ର ସ୍ତ୍ରୀର ଯୌନାଂଗ କୁ ଧାରୁଆ ଅସ୍ତ୍ରରେ କ୍ଷତ ବିକ୍ଷତ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ବିଶୋଇ ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ଏବଂ ସବ୍ ଇନ୍ସପେକ୍ଟର ଦେବବ୍ରତ ନନ୍ଦ ସଦଳବଳେ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଜହ୍ଲାଦ ଗଣେଶକୁ ଅଟକ ରଖି ଛାନଭୀନ ଆରମ୍ଭ କରିଥିଲେ ।ପରେ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇ ଏକ କେଶ ୪୧/୨୦ରୁଜୁ କରିଥିଲେ । ସୋମବାର ଦିନ ଶବ ବ୍ୟବଚ୍ଛେଦ କରାଇ ପୋଲିସ ସୁଲୋଚନାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ସୋମବାର ଦିନ ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ଓ ବିଶୋଇ ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ଘଟଣାର ତଦନ୍ତ ଜାରି ରଖିଛନ୍ତି । ବିଶୋଇ ଥାନାରେ ଲାଗି ଲାଗି ଦୁଇ ଦୁଇଟି ଜଘନ୍ଯ ହତ୍ୟାକାଣ୍ଡ ପୋଲିସର ନିଦ ହଜାଇବା ସହ ଅଂଚଳବାସିଙ୍କ ମଧ୍ୟରେ ଏକ ଭୟରବାତାବରଣ ସୃଷ୍ଟି ହୋଇଛି । ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ