ଜ଼ିଲ୍ଲା ନାଗରିକ କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସାଂସଦଙ୍କୁ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜକୁ ଦୀର୍ଘଦିନ ହେଲା ବିଭିନ୍ନ ପ୍ରକାର ଅଭାବ, ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରୁଛି l ସେଥି ମଧ୍ୟରେ ୱାର୍ଡ ନଂ. ୨, ୫, ୬, ୭ ରେ ମଶାଣୀ ଜମି ଚି଼ହ୍ନଟ ହୋଇ ନଥିବାରୁ ଦିନ କୁ ଦିନ ଜମି ମାଫିଆ ଜମି ଦଖଲ କରୁଥିବା ରୁ ମଶାଣୀ ଜମି ସଂକୁଚିତ ହେବାରେ ଲାଗିଛି l ମଶାଣୀ ଘରେ ଆଲୋକ, ପାଣି ଭଳି ବିଭିନ୍ନ ପ୍ରକାର ଅନୁସାଙ୍ଗିକ ବ୍ୟବସ୍ଥା ନ ଥିବାରୁ ୱାର୍ଡବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସେହିଭଳି ବାଲିଗୁଡାର ବାସିନ୍ଦା ପୁରୁଷାନୁକ୍ରମେ ପାରମ୍ପରିକ ଚାଷ କରି ଆସୁଥିଲେ ମଧ୍ୟ ପ୍ରଶାସନର ଶିଥିଳତା ଯୋଗୁଁ ବହୁ ଲୋକେ ଜଙ୍ଗଲ ଜମି ପଟ୍ଟା ପାଇବା ରେ ବିଳମ୍ବ ହେଉଛି l ଉଚ୍ଚ ନ୍ୟାୟଳୟ ଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟ ଲୋକ ଙ୍କୁ ଅଦ୍ୟାବଧି ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆଯାଇ ନାହିଁ l ତୁରନ୍ତ ବାଲିଗୁଡା ର ବିଭିନ୍ନ ୱାର୍ଡ ରେ ମଶାଣୀ ଜମି ଚି଼ହ୍ନଟ ସହ ଆନୁସାଙ୍ଗିକ ବ୍ୟବସ୍ଥା କରିବା ଓ ଲୋକ ଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବାକୁ ଜ଼ିଲ୍ଲା ନାଗରିକ କମିଟି ର ବାଲିଗୁଡା ବ୍ଲକ ସଂଯୋଜକ ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ