ଜାଇର୍ ବୋଲ୍ଜୋନାରୋ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ନୂଆଦିଲ୍ଲୀ:- ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରାଜିଲ୍ର ରାଷ୍ଟ୍ରପତି ଜାଇର୍ ବୋଲ୍ଜୋନାରୋ। ଜାନୁଆରି ୨୪ ରୁ ୨୭ ତାରିଖ ଯାଏଁ ସେ ଭାରତ ଗସ୍ତରେ ଆସିଛନ୍ତି । ବୋଲ୍ଜୋନାରୋଙ୍କ ସହ ଆସୁଛନ୍ତି ୮ଜଣ ମନ୍ତ୍ରୀ, ବ୍ରାଜିଲ୍ ପାର୍ଲାମେଣ୍ଟ୍ର ୪ଜଣ ସଦସ୍ୟ, ବରିଷ୍ଠ ସରକାରୀ ଅଧିକାରୀ ତାସହିତ ବ୍ୟାବସାୟିକ ପ୍ରତିନିଧି ଦଳ।ଏଥରକୁ ମିଶାଇ ତୃତୀୟ ଥର ଲାଗି ବ୍ରାଜିଲୀୟ ରାଷ୍ଟ୍ରପତି ଆମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ହେବେ। ଶେଷଥର ଲାଗି ୨୦୦୪ରେ ବ୍ରାଜିଲ୍ର ରାଷ୍ଟ୍ରପତିଙ୍କୁ ଆମେ ମୁଖ୍ୟ ଅତିଥି ଭାବେ ପାଇଥିଲୁ। ୨୦୧୯ ମସିହା ଜାନୁଆରି ୧ ତାରିଖରେ କ୍ଷମତାସୀନ ହୋଇଥିବା ରାଷ୍ଟ୍ରପତି ବୋଲ୍ଜୋନାରୋଙ୍କର ଏହା ହେବ ପ୍ରଥମ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଦୁଇ ଥର ଭେଟି ସାରିଛନ୍ତି । ଥରେ ୨୦୧୯ ଜୁନ୍ ମାସରେ ଓସାକା ଠାରେ ଅନୁଷ୍ଠିତ ଜି୨୦ ବୈଠକ ବାହାରେ ଏବଂ ଆଉ ଥରେ ୨୦୧୯ ନଭେମ୍ବର ମାସରେ ବ୍ରାସିଲିଆ ଠାରେ ଅନୁଷ୍ଠିତ’ବ୍ରିକ୍ସ୍’ ଶିଖର ବୈଠକରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ