ଜାକ୍‌ଲିନ୍‌ଙ୍କୁ ନିଶ୍ୱାସ ନେବାକୁ ସମୟ ନାହିଁ

ନୂଆଦିଲ୍ଲୀ: ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଭୂତ ପୁଲିସ୍‌’ର ସୁଟିଂରେ ଧର୍ମଶାଳାରେ ବ୍ୟସ୍ତ ଅଛନ୍ତି। ମିଳିଥିବା ଖବର ଅନୁସାରେ, ଜାକ୍‌ଲିନ୍‌ ‘ଭୁତ୍‌ ପୁଲିସ୍‌’ର ପ୍ରଥମ ପର୍ଯ୍ୟାୟ ସୁଟିଂ ସାରିଥିବା ବେଳେ ଏବେ ରୋହିତ ସେଟ୍ଟୀଙ୍କ କମେଡି ଡ୍ରାମା ଚଳଚ୍ଚିତ୍ର ‘ସର୍କସ’ର ପ୍ରଥମ ପର୍ଯ୍ୟାୟ ସୁଟିଂରେ ଯୋଗ ଦେଇଛନ୍ତି। ଏହା ପରେ ପୁଣି ‘ଭୁତ୍‌ ପୁଲିସ୍‌’ର ଦ୍ବିତୀୟ ପର୍ଯ୍ୟାୟ ସୁଟିଂ କରିବେ। ଏହା ଭିତରେ ଅନେକ ବ୍ରାଣ୍ଡ୍‌ର ବିଜ୍ଞାପନ ମଧ୍ୟ ତାଙ୍କୁ ‌ଶେଷ କରିବାର ଅଛି। ଅନ୍ୟପଟେ ତାଙ୍କ ଜନ୍ମ ଦିନ ଅବସରରେ ଘୋଷଣା କରାଯାଇଥିବା ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର ‘କିକ୍‌’ର ଦ୍ବିତୀୟ ସିକ୍ବେଲ ‘କିକ୍‌-୨’ର ସୁଟିଂ ସେ ୨୦୨୧ ମସିହାର ପ୍ରଥମରୁ ଆରମ୍ଭ କରିବେ। ଜାକ୍‌ଲିନ୍‌ ବହୁତ ବ୍ୟସ୍ତ ରହୁଥିବା ବେଳେ ତାଙ୍କୁ ନିଶ୍ବାସ ନେବାକୁ ବି ସମୟ ନାହିଁ ବୋଲି ବି-ଟାଉନ୍‌ରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ