ଜାଗରରେ ଭଜନ ଗାଇଲେ ମୁମ୍ବାଇର ପାମଲା ଜୈନ୍, ସାରିକା ସିଂ, ପ୍ରିୟଙ୍କା ମିତ୍ର

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ବ୍ରହ୍ମେଶ୍ୱର ମହାଦେବଙ୍କ ମହାଶିବରାତ୍ରୀ ଉପଲକ୍ଷେ ଲର୍ଡ଼ ବ୍ରହ୍ମେଶ୍ୱର ଦେବ ଟେମ୍ପୁଲ ଟ୍ରଷ୍ଠବୋର୍ଡ଼ ପକ୍ଷରୁ ବ୍ରହ୍ମେଶ୍ୱର ମନ୍ଦିର ପରିସରରେ ଭଜନ ସମାରୋହ ଅନୁଷ୍ଠତ ହୋଇଥିଲା । ଏଥିରେ ମୁମ୍ବାଇର ଖ୍ୟାତାନାମା କଳାକାର ପାମାଲା ଜୈନ୍, ସାରିକା ସିଂ ଓ ପ୍ରିୟଙ୍କା ମିତ୍ର ଯୋଗଦେଇ ଚିତା କର୍ଷକ ଭଜନ ପରିବେଷଣ କରିଥିଲେ । ଏଥି ସହିତ ପ୍ରସିଦ୍ଧ କଣ୍ଠଶିଳ୍ପୀ, ଇରା ମହାନ୍ତି, କୁମାର ବାପି, ଶୈଳଭାମା ମହାପାତ୍ର ଓ ବହୁ କଳାକାର ଆଦି ଭଜନ ପରିବେଷଣ କରିଥିଲେ । ମନ୍ଦିରରେ ଭୋର ସାଢ଼େ ୪ଟାରୁ ଓ ସନ୍ଧ୍ୟା ସାଢ଼େ ୬ଟାରୁ ସାହାଣମେଲା ଦର୍ଶନ ହୋଇଥିଲା । ସଂଧ୍ୟା ସାଢ଼େ ୬ଟାରୁ ଭଜନସମାରୋହ ଆରମ୍ଭ ହୋଇଥିଲା । ପୂର୍ବତନ କର୍ପୋରେଟର ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ସଭ୍ୟ ମଳୟ କୁମାର ମହାପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି ତଥା ପୂର୍ବତନ ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ବିଜେପି ନେତା ଅମିୟ ଦାଶ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଚଳିତ ବର୍ଷ ୧୦ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ । ମନ୍ଦିରର ସୁରକ୍ଷା ପାଇଁ ପୋଲି ରହିବା ସହ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୧୧ଟି ସିସିଟିଭି କ୍ୟାମେରାରେ ନଜର ରଖା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ