ଜାଗର ପାଇଁ ପ୍ରସ୍ତୁତି, ସମୀକ୍ଷା କଲେ ପୋଲିସ କମିସନର
ଭୁୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଆସୁଛି ମହାଶିବରାତ୍ରୀ । ଏଥିଲାଗି ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ପ୍ରତିବର୍ଷ ଭଳି ଭୂବନେଶ୍ୱରରେ ଅବସ୍ଥିିତ ବ୍ରହ୍ମେଶ୍ୱର ମହାଦେବଙ୍କ ପୀଠରେ ଜାଗର ରାତିରେ ଭକ୍ତ ମାନଙ୍କ ମନୋରଂଜନ ନିମନ୍ତେ ଭଗବାନ ବ୍ରହ୍ମେଶ୍ୱର ଦେବ ମନ୍ଦିର କମିଟି ପକ୍ଷରୁ ଭଜନ ପରିବେଶଣ ନିଷ୍ପତ୍ତି ନିଆଯାଇଛି । ଏହାକୁ କିଭଳି ଭାବରେ ଶୃଙ୍ଖଳିତ ଭାବରେ ଜାଗର ରାତିରେ ଭକ୍ତ ଅସୁବିଧାର ସମ୍ମୁଖିନ ନହେବା ଲାଗି କମିସନର ସୁଂଧାଶୁ ଷଡଙ୍ଗୀ ମନ୍ଦିର ବୁଲି ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ସମୀକ୍ଷା କରିବା ସହ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି । ମନ୍ଦିର କମିଟି ପକ୍ଷରୁ ମୁମ୍ବାଇର କ୍ଷାତିନାମା କଣ୍ଠଶିଳ୍ପୀ ଅନିଲ ବାୱାରା,ପାମଲା ଜୈନ ,ସେରେନ୍ ଭଟ,ଭଜନ ପରିବେଶଣ କରିବେ । ଏଥିସହିତ ଓଡିଆ କଣ୍ଠଶିଳ୍ପୀ ଇରା ମହାନ୍ତି,କୁମାର ବାପି ,ଶୈଳଭାମା ମହାପାତ୍ର,ସମେତ ବହୁ କଳାକାର ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ମନ୍ଦିରର ରୀତି ନୀତି ଅନୁଯାୟୀ ସକାଳ ସାଢେ ଭୋର ୪ ଟା ସମୟ ଠାରୁ ସାହାଣା ମେଲା କରାଯିବ । ଏଥିସହ ସଂନ୍ଧ୍ୟାରେ ୬ ଟା ଠାରୁ ଭକ୍ତ ସାହାଣା ମେଲା ଦର୍ଶନ କରିବେ ।ପୂର୍ବତନ କର୍ପୋରେଟର ତଥା ମନ୍ଦିର ପରିଚାଳକ ମଳୟ କୁମାର ମହାପାତ୍ରଙ୍କ ସଂଯୋଜନା କରିଥିବା ବେଳେ ବିଧାୟକ ଅନନ୍ତ ନାରାୟଣ ଜେନା ,ଅଧକ୍ଷତା କରିବେ । ଚଳିତ ବର୍ଷ ୧୦ ହଜାର ଭକ୍ତ ମାନଙ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସଂନ୍ଧ୍ୟା ସାଢେ ୬ ଟା ଠାରୁ ଭଜନ ସଂନ୍ଧ୍ୟା ଆରମ୍ଭ ହେବ ବୋଲି ଜଣାପଡିଛି । ଅନ୍ୟ ପଟେ ମନ୍ଦିର କମିଟି ତରଫରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ୧୧ ଟି ସିସିଟିଭି କ୍ୟାମେରାର ବ୍ୟବସ୍ଥା ମଧ୍ୟ କରାଯାଇଛି ।