ଜାଗର ପାଳି ଭକ୍ତ ଛାଡ଼ିଗଲେ କୁଢ଼ କୁଢ଼ ବର୍ଜ୍ୟ, ସଫା କଲେ ସ୍ୱେଚ୍ଛାସେବୀ
ଭୁବନେଶ୍ୱର, ୫ ଏକାମ୍ର କ୍ଷେତ୍ରର ଅଧିଷ୍ଠିତ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଲଟିଥିଲା ଜନାରଣ୍ୟ । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ବେଢାରେ ଦୀପ ଜଳାଇ ଉଜାଗର ଥିଲେ । ସିଂହଦ୍ୱାର ସମେତ ସମଗ୍ର ମନ୍ଦିର ପରିସର ଆଲୋକରେ ଝଲସୁଥିବା ବେଳେ ଆଜି ସକାଳର ଦୃଶ୍ୟ ଭିନ୍ନ ଥିଲା । ଗର୍ଭଗୃହ ଓ ବେଢାରେ କୁଢ଼ କୁଢ଼ ବେଲପତ୍ର, ବାସିଫୁଲ, ପ୍ଲାଷ୍ଟିକ୍ ଜରି, ଦୀପ, କୁଡ଼ୁଆ ଜମା ହୋଇ ରହିଥିଲା । ଏହାକୁ ସଫା କରିବା ପାଇଁ କିଏ କାହାକୁ ନିର୍ଦ୍ଦେଶ ଦେବା ପୂର୍ବରୁ ପହଞ୍ôଚ ଯାଇଥିଲେ ସ୍ୱେଚ୍ଛାସେବୀ । ବିଗତ ୧୭ବର୍ଷ ଧରି ସମାଜସେବୀ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଶିବରାତ୍ରି ପରବର୍ତ୍ତୀ ଦିନରେ ଲିଙ୍ଗରାଜ ମନ୍ଦିର ପରିସର ର ପରିଚ୍ଛନ୍ନତା କରାଯାଉଛି । ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଓ ସ୍ୱେଚ୍ଛାସେବୀମାନେ ଶ୍ରମଦାନରେ ଯୋଡ଼ିହୋଇ ମନ୍ଦିର ସଫେଇରେ ଲାଗିଥିଲେ । ଏହି ଶିବିରରେ ସୁରେନ୍ଦ୍ରନାଥ ଜେନା ଟ୍ରଷ୍ଟ, ଧଉଳି ·ରୁକଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀ, ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’, ମିସିଂ ଫାଉଣ୍ଡେସନ୍, ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ ଓଡ଼ିଶା ଶାଖାର କର୍ମକର୍ତ୍ତାମାନେ ସାମିଲ୍ ହୋଇଥିଲେ । ଶିବିରକୁ ରଞ୍ଜନ ଦାସ, ଶୁଭ୍ରାଂଶୁ ମହାନ୍ତି, ତ୍ରିଲୋଚନ ବେଉରା, ଗୋପୀମୋହନ ପଟ୍ଟନାୟକ, ନାରାୟଣ ଚନ୍ଦ୍ର ପ୍ରଧାନ, ପଞ୍ଚାନନ ସାମଲ, ମିହିରକାନ୍ତ ପ୍ରହରାଜ, ପ୍ରଦୀପ୍ତ ରଞ୍ଜନ ରାଉତ, ସରୋଜକାନ୍ତ ଦାସ, ଲକ୍ଷ୍ମୀଧର ସ୍ୱାଇଁ, ବିକାଶ ବେହେରା, ପ୍ରଭାତ ମଲ୍ଲିକ, କବିତା ମଲ୍ଲିକ ପ୍ରମୁଖ ସଞ୍ଚାଳନରେ ସହାୟତା କରିଥିଲେ । ୨୦ ଜଣ ସ୍ୱେଚ୍ଛାସେବୀ ଦୀର୍ଘ ୪ ଘଣ୍ଟା ଧରି ଶ୍ରମ ସ୍ୱୀକାର କରି ମନ୍ଦିର ପରିସରକୁ ସଫା ସୁୁତୁରା କରିପାରିଥିଲେ । ସ୍ୱେଚ୍ଛାସେବୀଙ୍କର ଏତାଦୃଶ କାର୍ଯ୍ୟକୁ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।