ଜାଗର ଯାତ୍ରା ପାଇଁ ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଫାଲଗୁନ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି। ପ୍ରତେକ ଶିବ ମନ୍ଦିର ରେ ପାଳିତ ହେଉଛି ଜାଗର ଯାତ୍ରା। ଏଥିପାଇଁ ପ୍ରାଚୀ ଉପତ୍ୟକାର କପିଳେଶ୍ଵର, ବେଲେଶ୍ୱର,ଗୋକର୍ଣେଶ୍ୱର,ଶୋଭନେଶ୍ୱର, ରାମେଶ୍ୱର, ଅଙ୍ଗେଶ୍ୱର,ଅମରେଶ୍ୱର, ବନ୍ଦେଶ୍ୱର, ଇଶାନେଶ୍ୱର, ପୂର୍ଣେଶ୍ୱର, ଗ୍ରାମେଶ୍ୱର, ନାଟେଶ୍ୱର, ସିଦ୍ଧେଶ୍ୱର, ମୁକ୍ତେଶ୍ଵର, ବୁଢ଼ାଲିଙ୍ଗ, ହରଗଣେଶ୍ୱର,ନୀଳକଣ୍ଠେଶ୍ୱର,ସମେଶ୍ୱର,ବୁଦ୍ଧେଶ୍ୱର,ଶଙ୍କରେଶ୍ୱର, ଈଶ୍ୱରନାଥ ପ୍ରଭୁତି ଶିବ ମନ୍ଦିର ରେ ଜାଗର ଯାତ୍ରା ପାଇଁ ଭକ୍ତମାନଙ୍କ ଭିଡ଼ପ୍ରାତଃ ରୁ ଆରମ୍ଭ ହୋଇଯାଇଛି। ଭକ୍ତ ମାନେ ଠାକୁର ଙ୍କୁ ଦର୍ଶନ କରି ଭୋଗ ଲାଗି କରୁଛନ୍ତି। ସଂଧ୍ୟା ରେ ହଜାର ହଜାର ଭକ୍ତ ମନ୍ଦିର ପରିସର ରେ ଦୀପ ଜାଳି ରାତି ଉଜାଗର ରହିବେ। ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଭଜନ, କୀର୍ତ୍ତନ,ନାମଯଜ୍ଞ କରାଯିବାସହିତ ଭକ୍ତ ଙ୍କ ସୁବିଧା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ବିଳମ୍ୱିତ ରାତିରେ ମନ୍ଦିର ଚୁଡ଼ା କୁ ମହାଦୀପ ଉଠିବା ପାଇଁ ସବୁ ପ୍ରସ୍ତୁତି ସରିଛି। ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାଗର ଯାତ୍ରା ପାଇଁ ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ