ଜାଗାବାଡ଼ି ବିବାଦରୁ ଗଣ୍ଡଗୋଳ, ୭ଆହତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ କୋରକରା ଗ୍ରାମରେ ଜାଗା ବାଡ଼ି ବିବାଦରୁ ଗଣ୍ଡଗୋଳ ଘଟି ୭ଜଣ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମହେଶ୍ବର ସାହୁ ରୋଷେଇ ଘର ନିର୍ମାଣ ପାଇଁ ମାଟି ଖୋଳୁଥିବା ବେଳେ ଅପରପକ୍ଷ ଏହାକୁ ବିରୋଧ କରି ଗଣ୍ଡଗୋଳ ଆରମ୍ଭ କରିଥିଲେ । ଏଥିରେ ମହେଶ୍ୱରଙ୍କ ସମେତ ରବିନ୍ଦ୍ର ସାହୁ, ନବକିଶୋର ସାହୁ, ବିଶ୍ୱନାଥ ସାହୁ, ସୁଧାକର ନନ୍ଦ, ରଜନୀ ସାହୁ, ଅର୍ଣ୍ଣପୂର୍ଣା ସାହୁ ଆହତ ହୋଇଛନ୍ତି । ଏମାନଙ୍କର ମୁଣ୍ଡ, ଗୋଡ଼, ହାତରେ ଗଭୀର ଆଘାତ ଲାଗିଛି। ଅଭିଯୋଗ ପାଇବା ପରେ ପୁଲିସ ଅପରପକ୍ଷ ଶରତ ସାହୁ, ଗୟାଧର ସାହୁ ଓ ମନୋଜ ସାହୁକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।


