ଜାଗାବାଡିକୁ କେନ୍ଦ୍ରକରି ଗଣ୍ଡଗୋଳ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ରାଜେନ୍ଦ୍ରପୁର ପଞ୍ଚାୟତ କୋଟସିରା ଗ୍ରାମରେ ଜାଗା ବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଗ୍ରାମର ହରିନାରାୟଣ ନାୟକ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୈତୃକ ଜାଗାରେ ଆଜି ସେ ଘର ତିଆରି କରୁଥିଲେ। ଏହି ସମୟରେ ପୂର୍ବ କାରଣକୁ ଭିତ୍ତି କରି ଅପରପକ୍ଷର ୧୫/୨୦ଜଣ ଲୋକ ସଂଘବଦ୍ଧ ହୋଇ ହରିନାରାୟଣଙ୍କ ସମେତ ତାଙ୍କ ସ୍ତ୍ରୀ ମମତା ନାୟକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି। ସେହିଭଳି ଅପରପକ୍ଷ ସୁପ୍ରଭା ନାୟକଙ୍କ ଅଭିଯୋଗ ଅନୁଯାୟୀ ବିବାଦୀୟ ସ୍ଥାନରେ ଘର ନିର୍ମାଣ ହେଉଥିବାରୁ ଏହାକୁ ସେ ବିରୋଧ କରିଥିଲେ। ତେଣୁ ଅପରପକ୍ଷ ମଧ୍ୟ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ସେ ଥାନାରେ ନିକଟରେ ଅଭିଯୋଗ କରିଛନ୍ତି। ଆହତ ମାନେ ଭଣ୍ଡାରିପୋଖରୀ ଓ ପରେ ଯାଜପୁର ମେଡିକାଲ ଠାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଦୁଇ ଗୋଟି ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ