ଜାଗାବାଡି ଗଣ୍ଡଗୋଳରୁ ମାମଲା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଂଚାୟତ କୁମ୍ଭାରିଆ ଗ୍ରାମରେ ଜାଗାବାଡି ଵିଵାଦକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ମଞ୍ଜୁଲତା ରାଉତ ଓ ତାଙ୍କ ସ୍ଵାମୀ ନବଘନ ରାଉତଙ୍କୁ ଅପରପକ୍ଷ ଶୁମତୀ ରାଉତ ଏବଂ ତାଙ୍କ ପୁଅ କାହ୍ନୁ ଆକ୍ରମଣ କରିଛନ୍ତି।ଏଥିରେ ନବଘନଙ୍କର ମୁଣ୍ଡ ଫାଟି ରକ୍ତ ସ୍ରାବ ହୋଇଛି।ସେହିପରି ଶୁମତୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ମଧ୍ୟ ନବଘନ ଓ ତାଙ୍କ ପରିବାର ଆକ୍ରମଣ କରିଛନ୍ତି। ଏନେଇ ପୋଲିସ ନିକଟରେ ଦୁଇ ଗୋଟି ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ ଦୁଇ ଗୋଟି ମାମଲା ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ