ଜାଗାବାଡି ବିବାଦକୁ ନେଇ ୧୩ଜଣଙ୍କ ନାମରେ ମାମଲା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ମେଡିକାଲ ଛକ ନିକଟରେ ଜାଗାବାଡି ବିବାଦକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ଜଣାଯାଇଛି । ବାଡବୁଜା କାର୍ଯ୍ୟରୁ ପାଟିତୁଣ୍ଡ ହୋଇ ପିଟାପିଟି ଯାଏଁ କଥା ଯାଇଥିବାବେଳେ କିଛି ଆହତ ହୋଇ ମଧ୍ୟ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ଶଶିକାନ୍ତ ଜେନାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ କୃଷ୍ଣ ନାୟକ, ବିମ୍ବାଧର ନାୟକ, ନାରଣ ନାୟକଙ୍କ ସମେତ ଅନ୍ୟମାନଙ୍କ ନାମରେ ୨୪୮/୨୦ରେ ମାମଲା ରୁଜ୍ଜୁ କରିଛି । ସେହିଭଳି ସବିତା ସା ଙ୍କ ଅଭିଯୋଗକୁ ଭିତ୍ତି କରି ରଞ୍ଜନ ପତି, ଛୋଟା ଜେନା, ସନା ଜେନା, ବିଣ୍ଣୁ ଜେନା, ଦିପୁଆ ଜେନା, କିର୍ତ୍ତନ ଜେନା ଓ ଅନ୍ୟମାନଙ୍କ ନାମରେ ୨୪୯/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।


