ଜାଗାବାଡି ବିବାଦରୁ ଗଣ୍ଡଗୋଳ : ଜଣେ ଆହତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନା କୋଟସିରା ଗ୍ରାମରେ ଏକ ଘରବାଡି ଅଂଶୀଦାର ବିବାଦାକୁ ନେଇ ଆଜି ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଗ୍ରାମର ରଞ୍ଜନ କୁମାର ନାୟକଙ୍କ ସହିତ ଅଂଶୀଦାର ବୈକୁଣ୍ଠ ନାୟକ, ହରିନାରାୟଣ ନାୟକ, ଅନ୍ତର୍ଜାମୀ ଓ ଦିଲ୍ଲୀପ ନାୟକଙ୍କ ମଧ୍ୟରେ ଜାଗା ଭାଗବଣ୍ଟାକୁ ନେଇ କୋର୍ଟରେ ବିବାଦ ଲାଗି ରହିଥିଲା । ଏନେଇ ମାନ୍ୟବର ଜିଲ୍ଲା କୋର୍ଟ ବିବାଦୀୟ ଜାଗା ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଉକ୍ତ ସ୍ଥାନରେ ଆଜି ଅପରପକ୍ଷ ଘର ନିର୍ମାଣ କରୁଥିଲା । ଏହାକୁ ପ୍ରଥମ ପକ୍ଷ ରଞ୍ଜନ କୁମାର ନାୟକଙ୍କ ପତ୍ନୀ ଶଶିରେଖା ବିରୋଧ କରିବାକୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଅପରପକ୍ଷ ଆକ୍ରମଣରେ ଶଶିରେଖା ଆହତ ହୋଇଥିବାବେଳେ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ପଠାଯାଇଥିବା ଜଣାପଡିଛି । ଏନେଇ ସ୍ୱାମୀ ରଞ୍ଜନ ଥାନାରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ