ଜାଗା ମିଶନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ଜାଗା ମିଶନ ସଫଳ ରୂପାୟନ ପାଇଁ ନାଟକ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୨୪ ନଂ ୱାର୍ଡ଼ର ବୁଢ଼ାକାର୍ତ୍ତିକ ମଣ୍ଡପ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ ଓ ନୃତ୍ୟ ଭିତ୍ତିକ ମଞ୍ଚସ୍ଥ ନାଟକରେ ୨୪ ନଂ ୱାର୍ଡ଼ର କଳାକାରମାନେ ଅଂଶଗ୍ରହଣ ସହ ରାଜ୍ୟ ସରକାରଙ୍କ ଜାଗାମିଶନ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ସମ୍ପର୍କରେ ବାର୍ତ୍ତା ଦେଇଥିଲେ । ବିଶେଷ କରି ଆବାସ ଯୋଜନାରେ ପ୍ରକୃତ ହିତାଧିକରୀ କିପରି ଉପକୃତ ହୋଇ ପାରିବେ ସେ ସମ୍ପର୍କରେ ନାଟକ ମାଧ୍ୟମରେ ଉପସ୍ଥିତ ୱାର୍ଡ଼ବାସୀଙ୍କୁ ବୁଝାଇଥିଲେ ।୨୪ ନଂ ୱାର୍ଡ଼ର କାଉନସିଲର ମୀନା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ସିଟି ମିଶନ ମ୍ୟାନେଜର ପ୍ରତାପ ମିଶ୍ର, ହିମାଂଶୁ ଶେଖର ଦାସ, ନିବେଦିତା ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ କଳାକାରଙ୍କ ଅଭିନୟକୁ ଭୂୟସୀ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ଜାଗା ମିଶନ ଓ ମିଶନ ଶକ୍ତିର କାର୍ଯ୍ୟଧାରା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ । ଯୁବ ସଂଗଠକ ସୁବୋଧ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜ୍ୟୋତ୍ସ୍ନା ଜେନା, ଗୀତା ସିଂ, ଲକ୍ଷ୍ମୀ ଜେନା, କଳ୍ପନା ମିସ୍ତ୍ରୀ, ଉଷାମଣି ଶର୍ମା, ପ୍ରଣତୀ ମହାରଣା, ସଂଧ୍ୟାରାଣୀ ମାଝୀ, ଲାବଣ୍ୟବହୀ ବାରିକ, ପ୍ରତିମା ମହାରଣା, ମଧୁସ୍ମିତା ମହାରଣାଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଏଥିରେ ଯୋଗଦେଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ