ଜାଗା ସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତି ବାସିନ୍ଦା ମାନଙ୍କୁ  ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ଏନଏସି ଅନ୍ତର୍ଗତ ୧୦ନଂ ୱାର୍ଡ ଓ ୫ ନଂ ୱାର୍ଡ ବସ୍ତିବାସିନ୍ଦା ମାନଙ୍କ  ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ୫ଟି ଅନ୍ତର୍ଗତ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗନ୍ଧର୍ବ ସେନାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଏନଏସି ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ୧୦ନଂ କାଉନସିଲ ର ସ୍ୱପ୍ନା ଗୋଚ୍ଛାୟତ, ୬ନଂ କାଉନସିଲର ବିଶ୍ବମ୍ବର ବିଶ୍ବାଳ, ୧୦ନଂ ୱାର୍ଡର ପୂର୍ବତନ କାଉନସିଲର ପ୍ରତାପ ଗୋଚ୍ଛାୟତ, ୫ନଂ କାଉନସିଲର ନିହାର ରଞ୍ଜନ ବେଉରା, ବସ୍ତିକମିଟି ସଭାପତି ପ୍ରବୋଧ କୁମାର ସାମନ୍ତରାୟ, ପୂର୍ଣ୍ଣ ଚନ୍ଦ୍ର ମୁରୁଡି, ନିର୍ମଳ କୁମାର ପ୍ରଧାନ ଓ କୋଣାର୍କ ଏନଏସି ଗୋଷ୍ଠୀ ସଂଯୋଜିକା ଶୁଭଲକ୍ଷ୍ମୀ ହୋତା ପ୍ରମୁଖ ଯୋଗ ଦେଇ ବସ୍ତିବାସିନ୍ଦା ମାନଙ୍କ ଦକ୍ଷତା ବୃଦ୍ଧି ସହ ଜାଗା ମିଶନ ଅନ୍ତର୍ଗତ ସମସ୍ତ ଯୋଜନା ସମ୍ପର୍କରେ ହିତାଧିକାରୀ ମାନଙ୍କୁ ଅବଗତ କରାଇବା ସହ ଏହା କିଭଳି ଭାବେ ଲୋକାଭିମୁଖୀ କରାଯିବ ସେ ନେଇ ବସ୍ତିବାସିନ୍ଦା ମାନଙ୍କୁ ନେଇ ଗଠିତ କମିଟିର କର୍ମକର୍ତ୍ତା, ସଭ୍ୟ, ସଭ୍ୟା ଓ ଜାଗା ମିଶନର କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ଏହା ସମ୍ଭବପର ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ଅନ୍ତର୍ଗତ ୧୦ ନଂ ୱାର୍ଡ ଓ ୫ନଂ ୱାର୍ଡ ବସ୍ତିର ଶତାଧିକ ମହିଳା ଓ ପୁରୁଷ ହିତାଧିକାରୀ ମାନେ ଯୋଗ ଦେଇ  ଜାଗା ମିଶନ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ