ଜାଗୁଆର ଆଇ-ପେସ୍ ୟୁରୋପିଆନ୍କୁ କାର୍ ଅଫ୍ ଦି ଇୟର ପୁରସ୍କାର
ମୁମ୍ବାଇ, (ଏଜେନ୍ସି): ଅଲ୍ ଇଲେକ୍ଟ୍ରିକ୍ ଜାଗୁଆର ଆଇ-ପେସ୍ ୟୁରୋପିଆନ୍ କାର୍ ଅଫ୍ ଦି ଇୟର-୨୦୧୯ ପୁରସ୍କାର ହାସଲ କରିଛି । ୨୩ଟି ଦେଶର ୬୦ ଜଣ ଅଭିଜ୍ଞ ସାମ୍ବାଦିକ ବିଚାରକ ଭାବେ ଟେକ୍ନିକାଲ ଇନୋଭେସନ୍, ଡିଜାଇନିଂ, ଦକ୍ଷତା, କାର୍ଯ୍ୟକାରିତା ଆଧାରରେ ଏହାକୁ ଚୟନ କରିଛନ୍ତି । ଚୂଡାନ୍ତ ପ୍ରର୍ଯ୍ୟାୟରେ ୬ଟି ଗାଡ଼ି ଥିବାବେଳେ ଜାଗୁଆର୍ ଆଇ-ପେସ୍ ଏହି ପୁରସ୍କାର ଜିଣିପାରିଛି । ୟୁରୋପରେ ଏହାର ୭୫% ବିକ୍ରି ହୋଇଥିବାବେଳ ଏହାର ୮୫,୦୦୦ ଚାର୍ଜିର୍ଂ ପଏଣ୍ଟ ରହିଛି । ଏହାର ବଜାର ପ୍ରବେଶଠାରୁ ଆଇ-ପେସ୍ ୫୫ ବିଶ୍ୱସ୍ତରୀୟ ପୁରସ୍କାର ହାସଲ କରିପାରିଛି । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫେସର ଡ. ରାଲଫ୍ ସ୍ପେଥ୍ କହିଛନ୍ତି ଯେ ଜାଗୁଆର ଆଇ-ପେସ୍ ୟୁରୋପିଆନ୍ କାର୍ ଅଫ ଦି ଇୟର ପୁରସ୍କାର ଜିଣିଛି । ଜାଗୁଆର ଆଇ-ପେସ୍ ୟୁକେରେ ନିର୍ମିତ ହୋଇଥିବାବେଳେ ଏହାକୁ ବିଶ୍ୱସ୍ତରୀୟ ପରିଚିତି ମିଳିପାରିଛି । ଏହି ଅନ୍ଲାଇନ୍ ପ୍ଳାଟଫର୍ମ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏହାଦ୍ୱାରା ଭାରତରେ ଜାଗୁଆର୍ ଏବଂ ଲ୍ୟାଣ୍ଡ ରୋଭର ବିକ୍ରି ବୃଦ୍ଧି ପାଇପାରିବାର ସମ୍ଭାବନା ରହିଛି । ୟୁକେରେ ଏହା ୮,୦୦୦ରୁ ଊଦ୍ଧ୍ୱର୍ ୟୁନିଟ୍ ବିକ୍ରି କରିପାରିଛି ।


