ଜାଗୁଳାଇ ବିଦ୍ୟାପୀଠରେ ଗୁରୁଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ ): ପ୍ରତିବର୍ଷ ଭଳି ଚଳିତବର୍ଷ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତର ଜାଗୁଳାଇ ବିଦ୍ୟାପୀଠରେ ଗୁରୁଦିବସ ଅବସରରେ ଗୁରୁପୂଜନ କାର୍ଯ୍ୟକ୍ରମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲର ଶିକ୍ଷକ,ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ପୂଜ୍ୟପୂଜାର ପରମ୍ପରାକୁ ବଜାୟ ରଖିବାକୁ ହେଲେ ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କକୁ ରକ୍ଷା କରିବାକୁ ପଡିବ । ଗୁରୁଙ୍କ ଆର୍ଶିବାଦ ବିନା କୈାଣସି ବ୍ୟକ୍ତି କେବେ ଜୀବନରେ ସଫଳତା ପାଇ ପାରିବ ନାହିଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରାକ୍ତନ ଛାତ୍ର ରମାକାନ୍ତ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଂକ୍ଷିପ୍ତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ବିଶ୍ୱାଳ,ଡା. ପୁରୁଷୋତ୍ତମ ସାହୁ, ଗୈାରାଙ୍ଗ ଚରଣ ମଣ୍ଡଳ, ଶଶୀକାନ୍ତ ବେହେରା, କାଳନ୍ଦି ଭଦ୍ର, ଗଣେଶ୍ୱର ସାହୁ, ବିଶ୍ୱବିଜୟୀ ଭଦ୍ର, ମଧୁସୁଦନ କୁଣ୍ଡୁ, ମୋ ସ୍କୁଲ ଅଭିଯାନ ସଭାପତି ରାଜେଶ ପଣ୍ଡା, ସରୋଜକାନ୍ତ ସାହୁ, ବିକାଶ ଦଳେଇ, ରତିକାନ୍ତ ସାମଲ, ନିରଞ୍ଜନ ମଲ୍ଲ, ସୁଶାନ୍ତ ବାରିକ, ସୈାମ୍ୟରଞ୍ଜନ ନାୟକ, ନବ କିଶୋର ଦାସ, ବରଦା ପ୍ରସନ୍ନ ବାରିକ, ପ୍ରଶାନ୍ତ କୁମାର ଜେନା, ରଞ୍ଜନ କର, ଛାତ୍ରୀ ଅର୍ପିତା ରାଉତ, ପ୍ରଜ୍ଞାଞ୍ଜଳି ରାଉତ, ଜ୍ୟୋତିରାଣୀ ସେଣ, ଶୁୁଭଶ୍ରୀ ସାହୁ, ସୋନାଲି ସାହୁ ପ୍ରମୁଖ ଯୋଗଦେଇ ଗୁରୁପୂଜା ପରମ୍ପରାକୁ ରକ୍ଷା କରି ଜୀବନ ପଥରେ ଅଗ୍ରସର ହେବାକୁ ପଡିବ ବୋଲି କହିଥିଲେ । ଚଳିତବର୍ଷ ସ୍କୁଲର ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ପାସ କରିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ