ଜାଗୁଳାଇ ୟୁଥ୍ କ୍ଲବର ରଜମହୋତ୍ସବ ଉଦ୍ଯାପିତ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦାସ୍ଥିତ ଜାଗୁଳାଇ ୟୁଥ୍ କ୍ଲବ ପକ୍ଷରୁ ଆୟୋଜିତ ୨୫ତମ ରଜମହୋତ୍ସବ ରବିବାର ଉଦ୍ଯାପିତ ହୋଇଯାଇଛି । ଧନେଶ୍ୱର ଖିଲାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଉକ୍ତ ଗ୍ରାମରେ ଜନ୍ମିତ ୩ ଜଣ ବିଶିଷ୍ଟ ଶିକ୍ଷାବିତ୍ ତଥା ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡଃ.ଗୋଲକ ବିହାରୀ ସାହୁ, ବନ୍ତ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବାରିକ ଏବଂ ଆନନ୍ଦରାମ ପାଟୋଡିଆ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅବକ୍ଷୟ ହେଉଥିବା ଗ୍ରାମାଞ୍ଚଳର ପ୍ରଥା ଓ ପରମ୍ପରାକୁ ଉଜ୍ଜୀବିତ୍ କରିବାରେ ରଜମହୋତ୍ସବ ସହାୟକ ହୋଇଥାଏ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କ୍ଲବର ପ୍ରାକ୍ତନ ସଂପାଦକ କୈଳାସ ଚନ୍ଦ୍ର ଚଢେଇ, ବୁଦ୍ଧିରାମ ଖିଲାର, ଗୋପବନ୍ଧୁ ସାହୁ, ପଞ୍ଚାନନ ସାହୁ, ହରିହର ଜେନା, ପ୍ରାକ୍ତନ ସହସଂପାଦକ କୃଷ୍ଣ ଚନ୍ଦ୍ର ସାହୁ, ନୃସିଂହ ସାହୁ ଯୋଗ ଦେଇ ଯୁବକ ମାନେ ସଂଗଠିତ ହୋଇ କାର୍ଯ୍ୟ କଲେ ଗାଁର ବିକାଶ ଅବସମ୍ଭାବୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗ୍ରାମର ବିଶିଷ୍ଟ ନାଗରିକ ହାଡିବନ୍ଧୁ ସାହୁ, ସଂଖାଳି ଖିଲାର, ବାଳାମଣି ସାହୁଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତୋରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଗ୍ରାମର କୁନି କୁନି ପିଲାଙ୍କ ଠାରୁ ବୟସ୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡା, ନୃତ୍ୟ ଓ ସଂଗୀତ ଆଦି ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ କ୍ଲବର ସଭାପତି ଶୋଭନ କୁମାର ସାହୁ, ଉପସଭାପତି ପ୍ରଶାନ୍ତ କୁମାର ଖିଲାର, ସଂପାଦକ ନିରଂଜନ ସାହୁ, ସହସଂପାଦକ ଜଗବନ୍ଧୁ ସାହୁ, କୋଷାଧ୍ୟକ୍ଷ ଉଜ୍ଜ୍ୱଳ କୁମାର ସାହୁ, କ୍ରୀଡା ସଂପାଦକ ରମେଶ ସାହୁ, ସହସଂପାଦକ ଅଜୟ କୁମାର ସାହୁ, ସାଂସ୍କୃତିକ ସଂପାଦକ ଗଦାଧର ସାହୁ, ସହସଂପାଦକ ବିଦ୍ୟାଧର ସାହୁ, ପରିବେଶ ଓ ପରିମଳ ସଂପାଦକ କୁଳମଣି ସାହୁ, ସନ୍ତୋଷ କୁମାର ଚଢେଇ, ବାପୁନ ସାହୁ, ରଘୁନାଥ ସାହୁ, ଅନୀଲ କୁମାର ସାହୁ, ସତ୍ୟଜିତ୍ ସାହୁ, ମଧୁସୂଦନ ଦାସ, କାହ୍ନୁ ଚରଣ ସାହୁ, ଲିଟୁ ଚଢେଇ, ପିଣ୍ଟୁ ବାରିକ, ବୁବୁ ଖିଲାର, ମନୋଜ ଦାସ, ଶ୍ରୀତମ ଜେନା, ଭରତ ଖିଲାର, ରଂଜନ ଦାସ, ବିଦ୍ୟାଧର ଖିଲାର ପ୍ରମୁଖ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ