ଜାଗ୍ରତ କନ୍ଧମାଳ ଓଡ଼ିଶା ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ
ଫୁଲବାଣୀ, (ସୁନିଲ କୁମାର ବେହେରା):ଆଜି ସମଗ୍ର ଭାରତ ବର୍ଷର ସମ୍ବିଧାନ ପ୍ରଣେତା ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କର ୬୬ ବର୍ଷ ତିରୋଧାନ ଦିବସ କୁ ଆଜି ଜାଗ୍ରତ କନ୍ଧମାଳ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବର ସହକାରେ ପାଳନ କରୁଛି | ଆଜି ଜାଗ୍ରତ କନ୍ଧମାଳ ର ଏକ ବିରାଟ ଶୋଭାଯାତ୍ରା ସହିତ ଡ଼ଃ ଆମ୍ବେଦକର ରଥ ମାଦି କୁନ୍ଦା ଛକରୁ ବାହାରି କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ପହଞ୍ଚିଥିଲା ଓ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା , ଆଜିର ତିରୋଧାନ ଦିବସର ମୁଖ୍ୟ ଅତିଥି ତଥା ଫିରିଙ୍ଗିଆ ତହସିଲଦାର ଏମ ଅନୁରାଧା ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ସ୍ୱୟଂ ଶାଡିତ ମହାବିଦ୍ୟାଳୟ ର ଅଧ୍ୟାପିକା ଶ୍ରୀମତୀ ୟୋତିର୍ମୟୀ ପ୍ରଧାନ, ସାନମାନିତ ଅତିଥିଭାବେ ହଗ୍ରତ କନ୍ଧମାଳ ର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି, ଟ୍ରେଡ଼ ଲେବର ୟୁନିୟନ କଂଗ୍ରେସ ର ସଭାପତି ଶ୍ରୀ ଘନ କୁମାର ଶବର ଓ ପୂଜାରୀ ଖଣ୍ଡାୟତ ସମାଜ ର ସଭାପତି ଶ୍ରୀ ଶ୍ୱେତବାନ ପୂଜାରୀ, ଖଜୁରୀପଡା ପଂଚାୟତ ସମିତି ର ଉପାଧ୍ୟାକ୍ଷା ଶ୍ରୀ ଅମିତ କୁମାର ଡିଗାଲ , କନ୍ଧମାଳ ଶୁଦ ସମାଜ ରଜିଲ୍ଲା ସଭାପତି ସଭାପତି ଶ୍ରୀ ଅରୁଣ କୁମାର ନାୟକ,, ସିନେ ତାରକା ଶ୍ରୀ ଜଳନ୍ଧର ବେହେରା, , କନ୍ଧ ଗୌଡ଼ ସମାଜ ର ସଭାପତି ଶ୍ରୀ ପ୍ରେମାନନ୍ଦ ମାଝୀ, ପଢ଼ୋଶୀ ବୌଦ୍ଧ ଜିଲ୍ଲାର ସମାଜ ସେବି ଶ୍ରୀ ଦଶରଥ ବେହେରା, ଆନ୍ତର୍ଜାତୀୟ ପାଣ ସମାଜ ର ସଭାପତି ମନ୍ମଥ ନାୟକ, ଓ ଶ୍ରୀମତୀ ମେନକା ଆରଜେଲି, ଶ୍ରୀମତୀ ମଞ୍ଜୁଶ୍ରୀ ପ୍ରଧାନ ଅଧ୍ୟାପିକା ଶ୍ରୀମତୀ ୟୋତିର୍ମୟୀ ପ୍ରଧାନ, ଓ ଜାଗ୍ରତ କନ୍ଧମାଳ ର ପ୍ରତିଷ୍ଠାତା ସମାଜସେବୀ, ଓ ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟନାରାୟଣ ବେହେରା, ଡ଼ଃ ସୀମାନାଥ ବାଘ, ସମାଜସେବୀ ଡ଼ଃ ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଯୋଗଦାନ କରିଥିଲେ |ସଭା ରେ ଜିଲ୍ଲାର ଦକ୍ଷ ପ୍ରଶାସିକା ତଥା ଖଜୁରିପଡା ତହସିଲଦାର ସ୍ୱପ୍ନିତା ନାୟକ ଙ୍କୁ ଅନୁପସ୍ଥିତ ଥିଲେ ମଧ୍ୟ ପ୍ରସଂଶା କରାଯାଇଥିଲା। ବାବା ସାହେବ ଙ୍କ ତିରୋଧାନ ଦିବସରେ ୭ ଜଣ ଆଦର୍ଶ ବିବେଚିତ ହୋଇଥିବା ମା ବା ମହିୟସୀ ମହିଳା ଯଥା ଏମ ଲୀନା ଚାନ୍ଦ , ଗୀତାଞ୍ଜଳି ସାହୁ, ଶୈଳବାଳା ପରିଡା, ସୁମତି ରଥ, ସୁବାସିନୀ ରଣ ଭାଇନସା, ରୁନୁ ବେହେରା କୁନି ବେହେରା ଙ୍କୁ ଫୁଲ ତୋଡ଼ା ସହିତ ମାନପତ୍ର ଓ ଉପଢୌକନ ଦେଇ ବରଣ୍ୟ ମଂଚାସୀନ ମୁଖ୍ୟ ଅତିଥି ଏମ ଅନୁରାଧା ତଥା ଫିରିଙ୍ଗିଆ ତହସିଲଦାର ଓ ସାନମାନିତ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇ ସାନମାନିତ କରାଯାଇଥିଲା | ଏହାପରେ ଜିଲ୍ଲାର ସମାଜ ସେବି ଓ ବିଭିର୍ଣ୍ଣ ପ୍ରଜର କଳାକାର ମାନଙ୍କୁ ମଧ୍ୟ ମାନପତ୍ର ଦେଇ ସାନମାନିତ କରାଯାଇଥିଲା | ଏହାପରେ ଜାଗ୍ରତ କନ୍ଧମାଳ ର ଉଧେଶ୍ୟ ଓ କାର୍ଯ୍ୟକ୍ରମ ବିଷୟରେ ଆବଦତ୍ତ କରାଯାଇଥିଲା| ବାବା ସାହେବ ଆମ୍ବେଦକର ଙ୍କ ତିରୋଧାନ ଦିବସରେ ଜାତି, ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ସମସ୍ତଙ୍କପାଇଁ ସଚେତନ କରାଇବା ସହିତ ସାମ୍ବିଧାନିକ ଅଧିକାର ପାଇବାପାଇଁ ଲଢେଇ ଆରମ୍ଭ କରିଛି | ଦେଶ ସ୍ୱାଧୀନତା ପାଇବାର ୭୬ ବର୍ଷାରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ ସାଧାରଣ ଜନତା ବର୍ତ୍ତମାନ ସୁଦ୍ଧା ପରାଧୀନ ତାର ସ୍ୱାଦ ଚାଖୁଛନ୍ତି , ସେମାନଙ୍କୁ ସମ୍ବିଧାନ ବିଷୟରେ ଅନ୍ଧାର ଭିତରେ ରଖାଯାଇଛି | ସମ୍ବିଧାନ ବିଷୟରେ ଜାଣିବାପାଇଁ ଜନସାଧାରଣ ଙ୍କୁ ଦୁଯୋଗ ଦିଆଯାଉ ନାହିଁ | ଏଭଳି ବହୁ ଜିନିଷ ଲୁକ୍କାୟିତ ଅବସ୍ଥାରେ ରଖି ରାଜନେତା ଓ ପ୍ରଶାସନ କାର୍ଯ୍ୟ କରିଚାଲିଛି | ବର୍ତ୍ତମାନ ସୁଦ୍ଧା ସାଧାରଣ ଜନତା ନିଜର ମୌଳିକ ସୁବିଧା , ଅଧିକାର ପାଇବାରୁ ବଂଚିତ ହେଉଛନ୍ତି | କନ୍ଧମାଳ ର ସମ୍ବିଧାନ କୁ ସୁରକ୍ଷା ଦେବାପାଇଁ ଲଢେଇ କରୁଥିବା ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ଶ୍ରୀ ଶରତ ସାହାଣୀ ଙ୍କୁ ମଧ୍ୟ ଆଜିର ମଞ୍ଚରେ ସାନମାନିତ କରାଯାଇଥିଲା | ଏଭଳି ବହୁ ଉଲ୍ଲଖନୀୟ କାର୍ଯ୍ୟ କ୍ରମ ହାତକୁ ନିଆଯାଇଥିଲା !| ଆଜିର କାର୍ଯ୍ୟକ୍ରମ କୁ ଉପସଭା ପତି ଶ୍ରୀ ବିଚିତ୍ର ବୀର୍ଯ୍ୟ ପ୍ରଧାନ, ଓ ଡ଼ଃ ସୋମବାର ବାଘ ପ୍ରଯ୍ୟାୟ କ୍ରମେ ସଭାକାର୍ଯ୍ୟ ପରିଚାଳନା କରିଥିଲେ | ଜାଗ୍ରତ କନ୍ଧମାଳ ର ଏହିଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମାନେ ଓ ଆଇନଜୀବୀ ତଥା ମିଡ଼ିଆ ଫୋରମ ର ଉପସଭାପତି ଆଦିତ୍ୟ ତ୍ରିପାଠୀ ପ୍ରସଂଶା କରିଥିଲେ।