ଜାଗ୍ରତ କନ୍ଧମାଳ ପକ୍ଷରୁ ଖଜୁରିପଡାରେ ରାସ୍ତା ମରାମତି ପାଇଁ ଦାବି

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଳକ ସଦରମହକୁମା ସ୍ଥିତ ତହସିଲ କାର୍ଯ୍ୟାଳୟ ନିକଟରୁ ପି ଡ୍ଲୁ ଡି ରାସ୍ତା ମରଣ ଯନ୍ତା ପାଲଟିଛି । ଉକ୍ତ ରାସ୍ତାରେ ଦୈନିକ ହଜାର ହଜାର ଲୋକ ଖଜୁରୀପଡ଼ା ତହସିଲକୁ ନିଜର ନିଜର ଜରୁରୀ କାର୍ଯ୍ୟ ପାଇଁ ଯିବା ଆସିବା କରିଥାନ୍ତି । ଆଖ ପାଖ ଗ୍ରାମ ଗୁଡିକ ଯଥା ସୁଣ୍ଡିସାହି, ମୁଖିସାହି ଏପରିକି ଡେହିଙ୍ଗି,ନେଡ୍ରିଖୋଲ,ପେନାବାଲି ଗ୍ରାମବାସୀ ଖଜୁରୀପଡ଼ା ମୁଖ୍ୟ ପିଡ୍ଲୁଡି ରାସ୍ତାରୁ ତହସିଲ କାର୍ଯ୍ୟାଳୟ ମଧ୍ୟରେ ଯାଇଥିବା ରାସ୍ତାରେ ଯିବା ଆସିବା କରିଥାନ୍ତି କିନ୍ତୁ ଦୁଃଖର ବିଷୟ ସେହି ରାସ୍ତା ଯିବା ଆସିବା ନିମନ୍ତେ ଅଯୋଗ୍ୟ ହୋଇପଡିଛି । ଖଜୁରୀପଡ଼ା ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ରାସ୍ତା ମରଣ ଯନ୍ତା ପାଲଟଛି ।ସାମାନ୍ୟ ବର୍ଷାରେ ରାସ୍ତାରେ କାଦୁଅ ଜମି ରହୁଛି ।ଉକ୍ତ ରାସ୍ତାଦେଇ ଶିଶୁ ମନ୍ଦିରକୁ କୁନିକୁନି ପିଲମାନେ ମଧ୍ୟ ଯିବା ଆସିବା କରିଥାନ୍ତି । ସମସ୍ତ ଅଭିଭାବକ ବାରମ୍ବାର ନେତା ରାଜନେତାଙ୍କୁ ଜଣାଇଛନ୍ତି ହେଲେ ଫଳାଫଳ ଶୁନ । ଯାହାକି ଜନସାଧାରଣଙ୍କ ଚିନ୍ତାର ବିଷୟ ହୋଇଅଛି,କେତେବେଳେ ଯେ ଅଘଟଣ ଘଟିବ କହିହେବନାହିଁ । ଏଣୁ ଯୁଦ୍ଧକାଳୀନ ଭିତିରେ ଉକ୍ତ ରାସ୍ତା ମରାମତି କରାଯିବାକୁ ଜାଗ୍ରତ କନ୍ଧମାଳର ସଂଗଠନ ସାଧାରଣ ସମ୍ପାଦକ ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ବେହେରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ଦେଇ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ