ଜାଗ୍ରତ ପକ୍ଷରୁ ଦୁଇଦିନିଆ ତାଲିମ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜାତୀୟ ମେଡ଼ିକାଲ୍ ପ୍ଲାଣ୍ଟ୍ ବୋର୍ଡ଼ ଓ ରାଜ୍ୟ ମେଡ଼ିକାଲ୍ ପ୍ଲାଣ୍ଟ୍ ବୋର୍ଡ଼ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏବଂ ଆୟୋଜକ “ଜାଗ୍ରତ” ପକ୍ଷରୁ ରାଜ୍ୟସ୍ତରୀୟ ତାଲିମ ଶିବିର ଔଷଧୀୟ ବୃକ୍ଷ ଓ ଆୟୁର୍ବେଦିକ୍ ସମ୍ପର୍କିତ ଆଜାଦୀ କା ଅମୃତ୍ ମହୋତ୍ସବ ପରିପ୍ରେକ୍ଷୀରେ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ଉମେଶ ଚନ୍ଦ୍ର ବରାଳ ଔଷଧୀୟ ବୃକ୍ଷ, ଆୟୁର୍ବେଦିକ ଗଛର ଉପକାରିତା ସହିତ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଆମ ଜୀବନରେ ପ୍ରଭାବ ପକାଇବା ସହିତ ଆଜି ବି ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରାସଙ୍ଗିକତା ରହିଛି ବୋଲି ସମ୍ପାଦକ ଉମେଶ ଚନ୍ଦ୍ର ବରାଳ ଯୋଗ ଦେଇଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କହିବା ସହିତ ଏହାର ବ୍ୟାପକ ପ୍ରଚାର, ପ୍ରସାର ସେବା ପାଇଁ ମତବ୍ୟକ୍ତ କରିଥିଲେ । ଆଧୁନିକ ପ୍ରଣାଳୀରେ ନୂତନ ଟେକ୍ନୋଲୋଜି ମାଧ୍ୟମରେ କୃଷି କାର୍ଯ୍ୟ କରିବା ଏବଂ ଚାଷୀ ଭାଇ ଭଉଣୀମାନେ ଏହା ଉପରେ ଗଭୀର ଭାବେ ଧ୍ୟାନ ଦେଇ କାର୍ଯ୍ୟ କରିବା ପାଇଁ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଉକ୍ତ ତାଲିମ ଶିବିରରେ ଆୟୁର୍ବେଦିକ୍ ଟ୍ରେନରମାନଙ୍କୁ ସ୍ୱାଗତ କରିବା ସହିତ ନିଜ ନିଜ କ୍ଷେତ୍ରରେ ସେମାନଙ୍କର ଉଦ୍ୟମକୁ ସାଧୁବାଦ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ଆୟୁର୍ବେଦିକ୍ କଲେଜର ଅଧ୍ୟାପକ ପ୍ରଫେସର ଦେବପ୍ରସାଦ ଦାସ, ଅଧ୍ୟାପିକା ଡକ୍ଟର ଉର୍ମିଳା ଦେବୀ, ଅଧ୍ୟାପିକା ମଞ୍ଜୁଶ୍ରୀ ସାହୁ ପ୍ରମୁଖ ଯୋଗଦେଇ ଔଷଧୀୟ ବୃକ୍ଷର ଗୁଣବତ୍ତା ସହିତ ମାନବ ଜୀବନ ଉପରେ ଆୟୁର୍ବେଦିକ୍ ଓ ଔଷଧୀୟ ବୃକ୍ଷ ଗଭୀର ପ୍ରଭାବ ପକାଇବା ସହିତ ଏହାର ବହୁ ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସ୍ୱେଚ୍ଛାସେବୀ, ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ଚାଷୀ ଭାଇଭଉଣୀ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଯୋଗଦେଇ ନିଜନିଜର ମତ ରଖଥିଲେ ।