ଜାଣନ୍ତୁ ଏହି ଅଭିନେତ୍ରୀଙ୍କର ନାହିଁ ବାଥରୁମ

ମୁମ୍ବାଇ : ଧାରାବାହିକ ଅଭିନେତ୍ରୀ ରତନ ରାଜପୁତ ଲକଡାଉନ ପାଇଁ ନିଜ ଗାଁରେ ଫସି ରହିଛନ୍ତି । ରତନ ଏ ସମ୍ପର୍କରେ ଏକ ଭିଡିଓ ସେୟାର କରିଛନ୍ତି । ଟିଭି ନଥିବାରୁ ସେ ସମ୍ବାଦ ଓ ଅନ୍ୟ ଖବର ଠାରୁ ଦୂରେଇ ରହିଛନ୍ତି । ଯେଉଁ ଘରେ ସେ ରହୁଛନ୍ତି ସେଠାରେ ଘରର ଅବସ୍ଥା ଭଲ ନାହିଁ । ରତନ ଗାଧୋଉଥିବା ସ୍ଥାନ ଦେଖାଇ କହିଥିଲେ ଯେ ଏହି ଗାଧୋଇବା ସ୍ଥାନରେ କବାଟଟିଏ ନାହିଁ । ବରଂ ଏକ କପଡ଼ା ଘେରାଯାଇଛି । ଏଥିସହ ରତନ ନିଜେ କିଛି ଡ୍ରେସ ସଫା କରୁଥିବା ଭିଡିଓ ମଧ୍ୟ ସେୟାର କରିଛନ୍ତି । ରତନଙ୍କ ଗାଁରେ ଅନେକ ସୁବିଧା ଉପଲବ୍ଧ ନଥିବା ସେ ଭିଡିଓରେ ଆଗରୁ ମଧ୍ୟ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ