ଜାଣନ୍ତୁ, ଗାର୍ଲ୍ସ ହଷ୍ଟେଲର ଝିଅମାନେ କ’ଣ କରନ୍ତି!
ଘରଠାରୁ ଦୂରରେ ରହି ପାଠ ପଢ଼ୁଥିବାବେଳେ ଯୁବକ ଯୁବତୀମାନେ ପ୍ରାୟତଃ ହଷ୍ଟେଲରେ ରହିଥାନ୍ତି । ପୁଅମାନେ ହଷ୍ଟେଲରେ ରହିବା ବେଳେ କ’ଣ କରିଥାନ୍ତି । ଏହା କାହାକୁ ଅଛପା ନାହିଁ । ହେଲେ ଝିଅମାନେ ହଷ୍ଟେଲରେ କ’ଣ କରନ୍ତି, ଏହା ପଦାକୁ ଆସିବା ବହୁତ କଷ୍ଟ । ଏହା ଜାଣିବାକୁ ସବୁ ପୁଅଙ୍କ ମଧ୍ୟରେ ଥାଏ ଆଗ୍ରହ । ଏଥିପାଇଁ ଗାର୍ଲ୍ସ ହଷ୍ଟେଲରେ ଯଦି କେହି ବନ୍ଧୁ ରହୁଥାନ୍ତି, ତାଙ୍କ ପାଖରୁ ସବୁ କିିଛି ଜାଣିବାକୁ ବହୁତ ଫନ୍ଦିଫିକର କରିଥାନ୍ତି । ହେଲେ କିଛି ବି ଜାଣିପାରିନଥାନ୍ତି । ଆଜି ଆମେ ଆପଣଙ୍କୁ ଗାର୍ଲ୍ସ ହଷ୍ଟେଲର ଝିଅମାନେ କ’ଣ କରନ୍ତି ସେ ବିଷୟରେ କିଛି କହିବାକୁ ଯାଉଛୁ ।
ଗାର୍ଲ୍ସ ହଷ୍ଟେଲରେ କେହି ଦେଖିବାକୁ ନଥିବାରୁ ଝିଅମାନେ ପାଗଳଙ୍କ ପରି ନାଚିଥାନ୍ତି । ଇମୋଶନାଲ ହୋଇ ପୁରୁଣା ପ୍ରେମିକଙ୍କୁ ଫୋନ କରି ଗାଳି ଦେଇଥାନ୍ତି । ଗାଳି ଦେଇ କାନ୍ଦିବାକୁ ଲାଗିଥାନ୍ତି ।
ପାର୍ଲର ଯିବା ବଦଳରେ ନିଜେ ମୋନିକେୟାର, ପେଡିକେୟାର ଓ ଫେସିଆଲ କରିଥାନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏସବୁ ମେକ୍ଅପ୍ ଝିଅମାନେ କଲେଜ ପ୍ରୋଜେକ୍ଟଠାରୁ ଅଧିକ ଜରୁରୀ ଭାବିଥାନ୍ତି ।
ହଷ୍ଟେଲ କରିଡରରୁ ନିଜ ରୁମ ପର୍ଯ୍ୟନ୍ତ ଆରାମରେ ସର୍ଟ୍ସ ଓ ତଉଲିଆରେ ବୁଲିଥାନ୍ତି । କାରଣ ସେମାନେ ଜାଣିଥାନ୍ତି ହଷ୍ଟେଲରେ ସେମାନେ ଆଜାଦ ଓ ତାଙ୍କୁ କେବଳ ଝିଅମାନେ ହିଁ ଦେଖୁଛନ୍ତି ।
ହଷ୍ଟେଲରେ ସବୁ ଝିଅଙ୍କର କେହି ନା କେହି ଫେବରାଇଟ ଚମ୍ପି ଓ ମସାଜ କରୁଥିବା ସାଙ୍ଗ ଥାନ୍ତି । ୨ରୁ ୩ ଦିନରେ ଥରେ ସେ ତା’ ପାଖରୁ ତେଲ ମାଲିସ ଓ ମସାଜ ନିଶ୍ଚିତ କରିଥାଏ ।
ଝିଅମାନଙ୍କୁ ମେକଅପ କରିବା ବହୁତ ପସନ୍ଦ । ହଷ୍ଟେଲରେ ଝିଅମାନେ ମେକ୍ଅପ୍ ଲଗାଇ ବହୁତ ଫଟୋ ଉଠାଇଥାନ୍ତି । କେଉଁଠାକୁ ଯିବାକୁ ନଥିଲେ ବି ମେକଅପ କରିବାକୁ ଭୁଲି ନଥାନ୍ତି । କାରଣ ମେକଅପ କରିବାକୁ କିଛି ବି ବାହାନାର ଆବଶ୍ୟକତା ନଥାଏ ।
କୌଣସି ସାଙ୍ଗର ରୁମ୍ରେ ସବୁ ଝିଅ ଏକାଠି ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗପରେ ମାତିଥାନ୍ତି । ନିଜ ନିଜର କ୍ରସ, ଲଭ ଲାଇଫ, କିସ ଓ ଇଣ୍ଟିମେଟ ସମୟର ଅନୁଭୂତି ସାଙ୍ଗମାନଙ୍କ ସହ ସେୟାର କରିଥାନ୍ତି ।
ରାତି ସାରା ଅନିଦ୍ରା ରହି ଲାପଟପ୍ରେ ଫିଲ୍ମ ଦେଖନ୍ତି । ପରଦିନ ଯେତେ ଜରୁରୀ କାମ ଥିଲେ ବି ଯଦି ଇଚ୍ଛା ହୋଇଛି ଫିଲ୍ମ ଦେଖିବାକୁ, ନିଶ୍ଚିତ ଦେଖିବେ ।
ହଷ୍ଟେଲରୁ ଘରକୁ ଯାଇ ଫେରିବା ପରେ ଯାହା ଆଣିଥାନ୍ତ ସବୁ ସାଙ୍ଗ ବାଣ୍ଟିଥାନ୍ତି । କାରଣ ମାଆ ହାତର ସ୍ୱାଦର ପ୍ରଶଂସା ଦେବାର ଅଛି ନା ।
ରାତିରେ ଏକାଠି ବସି ଫେସବୁକରେ କୌଣସି ଯୁବକର ସବୁ ଫଟୋ ଦେଖିବା, ତା ପ୍ରୋଫାଇଲକୁ ତନ ତନ କରି ଯାଞ୍ଚ କରିଥାନ୍ତି । ଏତିକି କଥା ସରି ନଥାଏ, ତା’ ବିଷୟରେ ଗରମାଗରମ ଆଲୋଚନା ମଧ୍ୟ ହୋଇଥାଏ ।
ଫୋନରେ ସାଙ୍ଗର ବୟଫ୍ରେଣ୍ଡକୁ ସହ ମଜାକରିବା ସହ ସାଙ୍ଗ ପାଇଁ ଯୁବକ ଜଣଙ୍କ ଠିକ କି ନୁହେଁ ଜାଣିବାକୁ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି । ବହୁ ସମୟରେ ସ୍ୱର ବଦଳାଇ ସାଙ୍ଗର ବୟଫ୍ରେଣ୍ଡ ସହ କଥା ହୋଇଥାନ୍ତି ।
କୌଣସି ସାଙ୍ଗର ଜନ୍ମଦିନ ଆସୁଥିଲେ ତା’କୁ ସରପ୍ରାଇଜ ମଧ୍ୟ ଦେବାର ପ୍ଲାନ ମଧ୍ୟ କରିଥାନ୍ତି ।


