ଜାତିଗତ ପ୍ରମାଣପତ୍ର ପାଇଁ ୪୦ ହଜାର ଟଙ୍କା ଠକେଇ
ରାଇକିଆ, (ଓ୍ବାଇଏନ୍ଏସ୍):କନ୍ଧମାଳ ଜିଲ୍ଲା କ ନୂଆଗାଁ ତହସିଲ ରେ ଜାତିଗତ ପ୍ରମାଣ ପତ୍ର ପାଇଁ ଲୋକେ ହଇରାଣ ହେଉଛନ୍ତି । ସିଧା ସଳଖ କାର୍ଯ୍ୟାଳୟ ରେ କୌଣସି ସୁବିଧା ନ ପାଇ ଦଲାଲ୍ ହବୁଡ଼ ରେ ପଡିଛନ୍ତି ଏବଂ ଠକାମୀ ର ଶିକାର ହେଉଛନ୍ତି । ଜଣେ ବ୍ୟକ୍ତି ୪୦ ହଜାର ଟଙ୍କା ର ଠକେଇ ର ଶିକାର ହେବା ପରେ ଏଭଳି ଏକ ଘଟଣା ସାମନା କୁ ଆସିଛି । ଏହି ବ୍ଲକ ର ଗୁଞ୍ଜିବାଡି ଗ୍ରାମ ର ଅଭିନନ୍ଦନ ପ୍ରଧାନ ନିଜ ଝିଅ କୁ ସେବାଶ୍ରମ ବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ ଜାତି ଗତ ପ୍ରମାଣ ପତ୍ର ଆବଶ୍ୟକ ହେଉଥିଲା । ଏ ନେଇ ସେ ତହସିଲ ରେ ଆବେଦନ ମଧ୍ୟ କରିଥିଲେ । ପଟ୍ଟା ଥିବା ସତ୍ୱେ ତାଙ୍କୁ ଗୁଞ୍ଜିବଡ଼ି ଆର ଆଇ ଜାତିଗତ ପ୍ରମାଣ ପତ୍ର ଦେଇନଥିଲେ ।ଏହି ସମୟ ରେ ସୁଶାନ୍ତ ଦିଗାଲ ନାମକ ଜଣେ ଦଲାଲ୍ ଙ୍କ ହାବୁଡ଼ ରେ ପଡି ବିଭିନ୍ନ ପର୍ଯ୍ୟାୟ ରେ ୪୦ ହଜାର ଟଙ୍କା ଦେଇଥିଲେ ମଧ୍ୟ ପ୍ରମାଣ ପତ୍ର ପାଇ ପାରି ନଥିଲେ । ଶେଷରେ ବାଧ୍ୟ ହୋଇ ସେ ଥାନା ରେ୨୫୫ ଲିଖିତ ଅଭିଯୋଗ କରିଛନ୍ତି । ସଂପୃକ୍ତ ଦଲାଲ୍ କୁ ନୂଆଗାଁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।