ଜାତିପ୍ରଥାକୁ କେନ୍ଦ୍ର କରି ଜାତିଆଣ ମନୋଭାବକୁ ନେଇ ହରିଜନ ମାନଙ୍କୁ ଶୈବ ମନ୍ଦିର ମନା
ଧାମନଗର(ସନ୍ତୋଷ କୁମାର ପ୍ରଧାନ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଟ୍ଟ ସାହି ଗ୍ରାମପଞ୍ଚାୟତରେ ଅବସ୍ଥିତ ଭଟ୍ଟାସାହି ଗ୍ରାମରେ ଥିବା ଏକ ଶୈଵ ପିଠକୁ କେନ୍ଦ୍ର କରି ଗ୍ରାମବାସୀ ଙ୍କ ମଧ୍ୟରେ ଏକ ଜାତିଆଣ ମନୋଭାବ ସୃଷ୍ଟି ହୋଇଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ — ଆଜକୁ ଚାରି ମାସ ପୂର୍ବେ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମରେ ଏକ ଶୈବ ପିଠ ନିର୍ମାଣ ହେବାପାଇଁ ଯୋଜନା କରାଯାଇଥିଲା। ଗ୍ରାମବାସୀ ମାନେ ତନ୍ ,ମନ୍ ,ଧନ୍ ଦେଇ ଶୈବପୀଠ ଟିକୁ ସମ୍ପୂର୍ଣ୍ଣ କରିଥିଲେ। ସମୟକ୍ରମେ ଶୈବପୀଠ ଟିକୁ ପ୍ରଶ୍ଚିଷ୍ଠା କରିବା ପାଇଁ ଦିନ ଧାର୍ଯ୍ୟ ସ୍ଥିର କରାଯାଇ ୧୦୮ଶୁଭ କୂମ୍ଭର ଯାତ୍ରା ଉକ୍ତ ଗ୍ରାମର ମହିଳା ମାନଙ୍କୁ ଦିଆଯାଇଥିଲା କିନ୍ତୁ ଶୁଭ କୂମ୍ଭ ଯାତ୍ରା ଦିନ ସାମାଜିକ ଅନ୍ଧବିଶ୍ୱାସ ରେ ବସବର୍ତ୍ତି ହୋଇ କେତକ ବ୍ରାହ୍ମଣ ଓ ଖଣ୍ଡାୟତ ଶ୍ରେଣୀର ଅସାମାଜିକ ବ୍ୟକ୍ତି ଏହି ଶୁଭ କୂମ୍ଭ ଯାତ୍ରା କୁ ତିବ୍ର ବିରୋଧ କରିବା ସହିତ ହରିଜନ ମହିଳା ମାନଙ୍କୁ ଏହି ଶୁଭକୂମ୍ଭ ଯାତ୍ରାରେ ସାମିଲ ନହେବା ପାଇଁ ଦୃଢ ବିରୋଧ କରିଥିବାର ଜୀବନ୍ତ ପ୍ରମାଣ ହସ୍ତଗତ ହୋଇଥିବାର ସୂଚନା ମିଳିଛି। ତେଣୁ ଉକ୍ତ ଗ୍ରାମର ହରିଜନ ଶ୍ରେଣୀ ର ମହିଳା ଓ ପୁରୁଷ ମାନଙ୍କୁ କେତକ ସବର୍ଣ୍ଣ ଶ୍ରେଣୀର ବ୍ରାହ୍ମଣ ଓ ଖଣ୍ଡାୟତ ବ୍ୟକ୍ତି ମାନେ ଏପରି ସାମାଜିକ ନିର୍ଯାତନା ଦେଇଥିବାର ପ୍ରମାଣ ହସ୍ତଗତ ହୋଇଥିବାର ସୂଚନା ମିଳିଛି। ଉକ୍ତ ଜାତିଆଣ ମନୋଭାବକୁ ବିରୋଧ କରୁଥିବା ଅଭିଯୋଗ ବେଳେ ଉକ୍ତ ଗ୍ରାମର ହରିଜନ ସଙ୍ଘର ସଭାପତି ଶ୍ରାଯୁକ୍ତ ନୃସିଂହ ଚରଣ ସେଠୀ, ସଂପାଦକ ଶ୍ରୀ ଯୁକ୍ତ ସୁରେନ୍ଦ୍ର ସେଠୀ, ଅବସରପ୍ରାପ୍ତ ସୀମା ସୁରକ୍ଷା ବଳର କର୍ମଚାରୀ ଶ୍ରୀ ଯୁକ୍ତ ଦୁଃସାଶନ ମାଝୀ,ଆଇନ ପରାମର୍ଶଦାତା ନିରାକାର ଯେନା, ଉପଦେଷ୍ଟା ନଟବର ସେଠୀ ଓ ୨୦୦୭ ମସିହାର ପୂର୍ବତନ ସରପଞ୍ଚ ଶ୍ରୀମତୀ ଯେନା ଏବଂ ଅନେକ ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହିତ ନ୍ୟାୟ ଭିକ୍ଷା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।