ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତି ପାଳିତ

କେନ୍ଦ୍ରାପଡା – କେନ୍ଦ୍ରାପପଡାରେ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି । ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରସାସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଯୋଗଦେଇ ମହାତ୍ମାଗାନ୍ଧିଙ୍କ ସତ୍ୟ ଓ ଅହିଂସା ନୀତିରେ ଯୁବପିଢି ଆଗେଇଯିବାକୁ ଉଦବୋଧନଦେଇ ସତ୍ୟ କହିବା ଓ ଅହିଂସାକୁ ଆପଣେଇବା ସହ ସତ୍ୟାଗ୍ରହ ମାଧ୍ୟମରେ ରାଷ୍ଟ୍ର ଓ ବିଶ୍ୱର କଲ୍ୟାଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମିଛ କ୍ଷଣସ୍ଥାଇ ଏବଂ ସତ୍ୟ ସନାତନ ଓ ଚିରନ୍ତନ ଶାନ୍ତି ପ୍ରଦାନ କରିଥାଏ ବୋଲି ଉଲ୍ଲେଖକରି ମହାତ୍ମାଗାନ୍ଧିଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାର କଳା ଓ ସଂସ୍କୃତି ଅନନ୍ୟ ଏବଂ ଏହି କଳା ଓ କଳାକାରମାନଙ୍କ ମାଧ୍ୟମରେ ମହାତ୍ମାଗାନ୍ଧିଙ୍କ ବାର୍ତ୍ତା ସଂଚାର କରିବାକୁ ଉଲ୍ଲେଖକରି ଭାରତୀୟ ସମ୍ବିଧାନରେ ଅହିଂସା ପ୍ରଣିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାକୁ ଧନ୍ୟବାଦ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସଦରମହକୁମାସ୍ଥିତ ଟାଉନହଲ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସ,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ମହାତ୍ମାଗାନ୍ଧିଙ୍କ ୧୯୩୪ମସିହା ମଇମାସରେ କେନ୍ଦ୍ରାପଡାରେ ପଦାର୍ପଣର ଅହିଂସା ଆନ୍ଦୋଳନ ଓ ନାରୀ ଜାଗରଣ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ.ବାସୁଦେବ ଦାସ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନାଦର୍ଶନ ସହ ବିଶ୍ୱ ଇତିହାସରେ ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମାଗାନ୍ଧିଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଶାସ୍ତ୍ରୀଜୀ ଓ ମହାତ୍ମାଗାନ୍ଧିଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପାର୍ଘ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ପରେ ହିନ୍ଦୁ ଧର୍ମଗୁରୁ ମାଧବ ଚନ୍ଦ୍ର ବଳ,ମୁସଲିମ ଧର୍ମଗୁରୁ ମୈାଲାନା ଆଜମା ମୁଲ୍ଲା ହାଜମୁତିନ,ଖ୍ରୀଷ୍ଟିଆନ ଧର୍ମଗୁରୁ ଧୃବ ଚରଣ ନାୟକ ପ୍ରମୁଖ ଯଥାକ୍ରମେ ଗୀତା,କୋରାନ ଓ ବାଇବେଲ ପାଠ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମାଜସେବୀ ଗୋପାଳ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ