ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଜାତିର ଜନକ ମହାତ୍ମା ଗାନ୍ଧୀ। ଅହିଂସା ପଥ ଅନୁସରଣ କରି ଭାରତ ମାତାଙ୍କୁ ପରାଧୀନ ରଜ୍ଜୁରୁ ମୁକ୍ତ କରିବାରେ ମହାତ୍ମା ଗାନ୍ଧୀ ବିଶ୍ୱକୁ ନୂତନ ଦିଗଦର୍ଶନ ଦେଇଛନ୍ତି । ସେଥିପାଇଁ ତ ମିଳିତ ଜାତିସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଅକ୍ଟୋବର ୦୨ ତାରିଖକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଉଛି । ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଉ ଥିବା ବେଳେ ଗ୍ରାମାଞ୍ଚଳ ଜନସାଧାରଣଙ୍କ ହୃଦୟରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ପ୍ରତିଫଳିତ ହେଉଛି । ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମାର ଜନସାଧାରଣ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପ୍ରତିଜ୍ଞା ବଦ୍ଧ ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଖଣ୍ଡୁରୁ ଗ୍ରାମରେ ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଜାନୁଆରୀ ୦୪ ତାରିଖ ଦିନ ଉନ୍ମୋଚନ କରିଛନ୍ତି ପୋଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହୃଦୟରେ ସ୍ଥାନପାଇଥିବା କର୍ମବୀର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ । ଏହି ଅବସରରେ ଅଞ୍ଚଳର ଜନସାଧାରଣ ସେମାନଙ୍କ ଅଞ୍ଚଳର ବିଭିନ୍ନ ବିଷୟ ନେଇ ଖୋଲା ମନରେ ଆଲୋଚନା କଟିଛନ୍ତି ନିଜର ପ୍ରିୟ ବିଧାୟକଙ୍କ ସହ । ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀ, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଓ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ଏବଂ ସ୍ଥାନୀୟ ଲୋକପ୍ରତିନିଧି ଓ ଗାମବାସୀ ବୃନ୍ଦ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ