ଜାତିର ପିତାଙ୍କ ଆଦର୍ଶ ସାରା ବିଶ୍ୱକୁ ଦିଗଦର୍ଶନ ଦେଇଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସାରସ୍ୱତ ବ୍ୟକ୍ତିତ୍ୱ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୮ତମ ଜୟନ୍ତୀ ସ୍ଥାନୀୟ ପ୍ରତିମୂର୍ତ୍ତିସ୍ଥଳଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ, ଚିନ୍ତକ ତଥା ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ସଭାପତିତ୍ୱ ଓ ସଂଯୋଜନା କରି ମତ ବ୍ୟକ୍ତ କରିଥିଲେ ଯେ, ଜାତିର ପିତାଙ୍କ ଆଦର୍ଶ, ନୀତି, ଜୀବନସାରା ବିଶ୍ୱକୁ ସର୍ବଦା ଦିଗଦର୍ଶନ ପ୍ରଦାନ କରିଆସିଛି । ସତ୍ୟ, ଅହିଂସା, ଶାନ୍ତି ମାଧ୍ୟମରେ ଭାରତକୁ ସ୍ୱାଧୀନତା ଦେବାରେ ତାଙ୍କ ଭୂମିକା ଇତିହାସରେ ଆଜିବି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ସେହିପରି ଶାନ୍ତ୍ରୀଙ୍କ ସରଳ ଜୀବନ, କୃଷକ ତଥା ସାଧାରଣ ଜନତାଙ୍କ ପାଇଁ ସମର୍ପିତ ଥିଲା, ଯାହାର କି ପ୍ରାସଙ୍ଗିକତା ଅତୁଟ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନୁସଚିବ ଲକ୍ଷ୍ମୀଧର ବେହେରା, ସୁରେନ୍ଦ୍ର ଛୋଟରାୟ, ସଂଯୋଜକ ବାପୁ ଓଝା, ରମେଶ ଚନ୍ଦ୍ର ପାତାଳସିଂ, ତନ୍ମୟ ସାମନ୍ତରାୟ, ରୋହିତ କୁମାର ଉପସ୍ଥିତ ରହିବା ସହିତ ସ୍ମୃତିଚାରଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ