ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଡାକ ବିଭାଗ ପକ୍ଷରୁ ପତ୍ର ଲିଖନ ପ୍ରତିଯୋଗିତା

ଭୁବନେଶ୍ୱର : ଡାକ ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ବାର୍ଷିକ ପତ୍ର ଲିଖନ ପ୍ରତିଯୋଗିତା ‘ଢାଇ ଅକ୍ଷର’ ଆୟୋଜନ କରାଯାଉଛି । ଚଳିତ ବର୍ଷ ଏହି ରାଜ୍ୟ ତଥା ଜାତୀୟସ୍ତରର ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି “ପ୍ରିୟ ବାପୁ ଆପଣ ଅମର ଅଟନ୍ତି”, “Dear Bapu, you are immortal” । ୧୮ ବର୍ଷରୁ କମ ଏବଂ ୧୮ ବର୍ଷରୁ ଅଧିକ, ଏହିପରି ଦୁଇଟି ବର୍ଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଅର୍ନ୍ତଦେଶୀୟ ପତ୍ର (inland letter)ରେ ୫୦୦ ଶବ୍ଦ ଏବଂ ଲଫାପା ( (Envelop) ଶ୍ରେଣୀରେ ୧ହଜାର ଶବ୍ଦରେ ପତ୍ର ଲେଖିପାରିବେ । ଏହି ପତ୍ରଲିଖନ ଇଂରାଜୀ, ହିନ୍ଦୀ କିମ୍ବା ଓଡ଼ିଆ ଭାଷାରେ ଲେଖାଯାଇପାରିବ । ପତ୍ର ପଠାଇବାର ଅନ୍ତିମ ତାରିଖ ୩୧.୧୨.୨୦୧୯ ରଖାଯାଇଛି । ରାଜ୍ୟସ୍ତରର ପ୍ରତିଯୋଗିତାର ପ୍ରଥମ ପୁରସ୍କାର ସ୍ୱରୂପ ୨୫ ହଜାର, ଦ୍ୱିତୀୟ ପୁରସ୍କାର ସ୍ୱରୂପ ୧୦ ହଜାର ଏବଂ ତୃତୀୟ ପୁରସ୍କାର ସ୍ୱରୂପ ୫ହଜାର ଟଙ୍କାର ଅର୍ଥରାଶି କୃତୀ ପ୍ରତିଯୋଗୀଙ୍କୁ ମିଳିବ । ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ପ୍ରଥମ ତିନୋଟି ସ୍ଥାନ ହାସଲ କରିବାକୁ ଥିବା ପ୍ରତିଯୋଗୀଙ୍କ ପାଇଁ ଯଥାକ୍ରମେ ୫୦ ହଜାର, ୨୫ ହଜାର ଏବଂ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି । ଅଧିକ ବିବରଣୀ ଡାକ ବିଭାଗର ୱେବସାଇଟ www.odishapost.gov.in ଏବଂ www.indiapost.gov..ରେ ଉପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ