ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
ଭୁବନେଶ୍ବର :- ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନ ସଭାଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ରାଜ୍ୟ ପୁଲିସ ପକ୍ଷରୁ ପ୍ରଥମେ ଶହୀଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ ୨ମନିଟର ନିରବ ପାର୍ଥନା ପରେ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାଣ୍ଡାବାଜା ସହାର୍ୟ୍ୟରେ ରାମଧୁନ ପୁରିବେଷଣ କରାଯାଇଥିଲା ।


