ଜାତୀୟସ୍ତରରେ ଓଡ଼ିଶାର ମହିଳା ଡ଼ାକ୍ତରଙ୍କ ବିରଳ କୃତିତ୍ୱ
ଭୁବନେଶ୍ୱର : ଗତ ଫେବୃୟାରୀ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜାତୀୟସ୍ତରୀୟ କ୍ରିଟିକାଲ କେୟାର ସମ୍ମିଳନୀ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା । ବିଗତ ୨୫ ବର୍ଷରେ ଆଇଏସ୍ସିସିଏମ୍ (ଇଣ୍ଡିଆନ ସୋସାଇଟି କ୍ରିଟିକାଲ କେୟାର ମେଡ଼ିସିନ୍)ର ନେତୃତ୍ୱରେ ଭାରତ ବର୍ଷରେ କ୍ରିଟିକାଲ କେୟାର ସମ୍ବନ୍ଧୀୟ ଶିକ୍ଷା ଓ ଗବେଷଣାରେ ବିଶେଷ ଅଗ୍ରଗତି ସାଧନ ହୋଇଛି । ଏଥିରେ ଭାରତ ଓ ବିଦେଶରୁ ସମୁଦାୟ ତିିନି ହଜାରରୁ ଉର୍ଦ୍ଧ୍ୱ ଡ଼ାକ୍ତରମାନେ ଯୋଗ ଦେଇଥିଲେ । ଏଥିରେ ଆଇ.ସି.ୟୁରେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ବିଶେଷ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଆପୋଲୋ ହସ୍ପିଟାଲର କ୍ରିିଟିକାଲ କେୟାର ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ନିର୍ଦ୍ଦେଶିକା ଡା. ଶର୍ମିଲି ସିହ୍ନା ଯୋଗ ଦେଇଥିଲେ । ଏହି ଅବସରରେ ଡା. ଶର୍ମିଲି ସିହ୍ନା ଜାତୀୟସ୍ତରରେ ମନୋନୀତ ହୋଇ ଆଇଏସ୍ସିସିଏମ ନ୍ୟାସନାଲ ଏକ୍ଜ୍ୟୁଟିଭ ସମିତିରେ ଭାରତର ପୂର୍ବାଞ୍ଚଳ ପ୍ରତିନିଧି ଭାବରେ ମନୋନୀତ ହୋଇଛନ୍ତି । ବିଗତ ୨୫ ବର୍ଷରେ ଏହି ସମ୍ମାନ ଓ ଜାତୀୟ କୃତିତ୍ୱ ହାସଲ କରିବାରେ ଡା ସିହ୍ନା ରାଜ୍ୟର ପ୍ରଥମ ଓ ନୂତନ ମନୋନୀତ ଜାତୀୟ ସମିତିର ଏକମାତ୍ର ମହିଳା ପ୍ରତିନିଧି । ସେ ଆଇଏସ୍ସିସିଏମ୍ ଭୁବନେଶ୍ୱର ଶାଖାର ଚେୟାରପର୍ସନ ରାଜ୍ୟରେ କ୍ରିଟିକାଲ କେୟାର ଶିକ୍ଷା, ସଚେତନତା ଓ ସମ୍ପ୍ରସାରଣରେ ଗତ ୧୦ ବର୍ଷରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଓଡ଼ିଶାରେ ପ୍ରଥମ କାଡ଼ାଭେରିକ ଅଙ୍ଗଦାନରେ ଡା ଶର୍ମିଲି ସିହ୍ନାଙ୍କର ପ୍ରମୁଖ ଭୂମିକା ଥିଲା । ଏହି ଅବସରରେ ବିଭିନ୍ନ ମହଲରୁ ଡା ସିହ୍ନାଙ୍କୁ ଅଭିବାଦନ ଓ ପ୍ରଶଂସାପ୍ରାପ୍ତ ହୋଇଛି । ରାଜ୍ୟରେ କ୍ରିଟିକାଲ କେୟାର ଜନିତ ଶିକ୍ଷା ଓ ପ୍ରଶିକ୍ଷଣ ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଡା ଶର୍ମିଲି ସିହ୍ନା ପ୍ରକାଶ କରିଛନ୍ତି ।


