ଜାତୀୟସ୍ତରୀୟ ଉପଗ୍ରହ ଗବେଷଣା କେନ୍ଦ୍ର ପ୍ରବନ୍ଧ ପ୍ରତିଯୋଗୀତାରେ ପାରଳାର ଆଦ୍ୟାଶାଙ୍କ ଏକାଦଶ ସ୍ଥାନ ହାସଲ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପଣ୍ଡା ଜାତୀୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଲାଭ କରି ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଜାତୀୟସ୍ତରରେ ଭାରତୀୟ ଉପଗ୍ରହ ଗବେଷଣା କେନ୍ଦ୍ର ଦ୍ୱାରା ହୋଇଥିବା ବିଜ୍ଞାନ ଉପଗ୍ରହ ବିଷୟ ଉପରେ ଆଧାରିତ ପ୍ରବନ୍ଧ ପ୍ରତିଯୋଗୀତାରେ ସର୍ବ ଭାରତୀୟ ସ୍ତରରେ ୫୦୦ ପ୍ରତିଯୋଗି ଯୋଗ ଦେଇଥିଲେ । ଏଥିରେ ଆଦ୍ୟାଶା ପଣ୍ଡା ଏକାଦଶତମ ସ୍ଥାନ ଅଧିକାର କରି ନିଜର କୃତିତ୍ୱ ପ୍ରଦର୍ଶନ କରି ପାରିଛନ୍ତି । ଏ ନେଇ ଆଦ୍ୟାଶା ପଣ୍ଡା ଗଜପତି ଜିଲ୍ଲାର ଗୌରବ ସାଜିଛନ୍ତି । ଏଭଳି କୃତିତ୍ୱ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା,କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଦ୍ୟାଶା ପଣ୍ଡା ଏହି କୃତିତ୍ୱ ପାଇଁ ତାଙ୍କ ବାପା ମାଆଙ୍କ ଆର୍ଶୀବାଦ,କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ତାଙ୍କ ମାମୁଁ ରବିନ୍ଦ୍ର ପାଣ୍ଡାଙ୍କ ଅବଦାନ ରହିଛି ବୋଲି କହିଛନ୍ତି ।


