ଜାତୀୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ 

ଦିଗପହଣ୍ଡି,(ଅଳକନାଥ ମିଶ୍ର) : ଟାଟା ବିଲଡିଙ୍ଗ ଇଣ୍ଡିଆ ତରଫରୁ ସ୍ବଚ୍ଛ ଭାରତ ନିର୍ମାଣରେ ଯୁବଶକ୍ତି ର ଭୂମିକା ଶୀର୍ଷକ  ଜାତୀୟସ୍ତରୀୟ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ ଦିଗପହଣ୍ଡି ସ୍ଥିତ ଶିଶୁ ବିଦ୍ୟାମନ୍ଦିର ର ଦଶମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞାରାଣୀ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ରାଷ୍ଟ୍ରପତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଦିଗପହଣ୍ଡି ଅଞ୍ଚଳ କଲୋନୀ ବାସିନ୍ଦା  କାମନା ରଞ୍ଜନ ପଣ୍ଡା ଏବଂ ମାଆ ବନିତା ପାତ୍ରଙ୍କ କନ୍ୟା ପ୍ରଜ୍ଞା ପିଲାଟି ଦିନରୁ  ମେଧାବୀ ଛାତ୍ରୀ ଅଟନ୍ତି । ଛାତ୍ରୀଙ୍କ ଏଭଳି ସଫଳତା ଖବର ଶୁକ୍ରବାର ପ୍ରକାଶ ପାଇବା ପରେ ବିଦ୍ୟାମନ୍ଦିର ସମେତ ସମଗ୍ର ଦିଗପହଣ୍ଡି ସହର ପାଇଁ ଏକପ୍ରକାର ଗୈାରବ ଆଣିଥିବା ଜଣାପଡିଛି ‌। ପ୍ରଜ୍ଞା ଙ୍କ ଏଭଳି ସଫଳତା ପାଇଁ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ  ଷଷ୍ଠୀ ପ୍ରସାଦ ବିଷୋୟୀ ,  ଭଗବତୀ ପ୍ରସାଦ ମିଶ୍ର ଙ୍କ ସମେତ  ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସାହୁ ,ସମ୍ପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ , ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଶୁଭକାମନା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଛାତ୍ରୀ ଜଣକ ଏହି ସଫଳତାର ଶ୍ରେୟ ବିଦ୍ୟାମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା , ପିତାମାତା ଓ ଦାଦା ବାବୁଲା ପଣ୍ଡାଙ୍କୁ ଦେଇଛନ୍ତି । 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ