ଜାତୀୟ ଆଇନସେବା ପ୍ରାଧିକରଣ ଦ୍ୱାରା ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ସହ ଯୋଗ କ୍ରମେ ଆୟୋଜିତ ଏହି ଶିବିରରେ ଗଞ୍ଜାମ ଜିଲ୍ଲା ଦୋରା ଜର୍ଜ ତଥା ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରି ଏହାର ସୁଫଳ କିପରି ସାଧାରଣ ନାଗରିକ ତଥା ଅପହଂଚ ଇଲାକାର ପରିବାର ବର୍ଗ ପାଇପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲୀନା କୁମାରୀ ଖେସ୍ ,ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ,ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗଦାନ କରି ଉପାନ୍ତ ଅଂଚଳରେ ରହୁଥିବା ପରିବର ବର୍ଗଙ୍କ ସୁବିଧା ସକାଶେ ଏଭଳି ଶିବିର ମାନଙ୍କର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଶିବିର ରେ ୨୦ ଗୋଟି ବିଭାଗ ଭାର ପ୍ରଦାନ କରାଯାଇଥିବା ସେବା ସମ୍ପର୍କରେ ଷ୍ଟଲ ମାନ ଖୋଲାଯାଇ ସେବା ପ୍ରଦାନ କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନେ ମାସିକ ଆୟର ଅଭିବୃଦ୍ଧି ସକାଶେ ଋଣ ପ୍ରଦାନ କରାଯାଇଥିଲା । ବାଲ୍ୟ ବିବାହ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲାର ଝିଅ ମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପ ଯୋଗୁଁ ସମ୍ମାନିତ କରାଯାଇଥିଲା । ଝିଅ ଜନ୍ମକୁ ପ୍ରୋତ୍ସାହନ ଦେବା ନିମିତ୍ତ କେତେକ ମାଁ ମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଅଦୃଷ୍ଟି ଶିକ୍ଷିତ ଯୁବତୀଙ୍କୁ ବ୍ରେଲୀ ଏବଂ ଶବ୍ଦ ଉଚ୍ଚାରଣ କରୁଥିବା ଲ୍ୟାପଟପ ପ୍ରଦାନ କରାଯାଇଥିଲା ।ପରେ ଅତିଥୀ ମାନେ ୨୦ଟି ବିଭାଗ ପକ୍ଷରୁ ପ୍ରଦର୍ଶନ କରାଯାଇଥିବା ଷ୍ଟଲ ଗୁଡିକ ପରିଦର୍ଶନ କରିଥିଲେ । ଶେଷରେ ବ୍ରହ୍ମପୁର ବିଚାର ବିଭାଗୀୟ ରେଜିଷ୍ଟର ଅମରେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ଡିଏଫଓ ଅମ୍ଲାନ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ,ଡେପୁଟି କଲେକ୍ଟର ସୁକାନ୍ତ ମିଶ୍ର, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା. ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ମୁଖ୍ୟ ଅଧିକାରୀ ଦୁର୍ଯ୍ୟୋଧନ ପାତାଙ୍ଗ , ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ସ୍ୱାଶତ କୁମାର ସାହୁ, ଆକ୍ସନ-ଏଡ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ , ଛତ୍ରପୁର ସୁଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।


