ଜାତୀୟ ଆଇନ୍ ସେବା ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ରାଇରଙ୍ଗପୁର କୋର୍ଟର ସୌଜନ୍ୟରେ ରାଇରଙ୍ଗପୁର ହାଇସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେନ୍ଦ୍ର ଦାସ ଙ୍କ ସଭାପତିତ୍ୱରେ \”ଜାତୀୟ ଆଇନ ସେବା ଦିବସ \”ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର କୋର୍ଟ ର ଅତିରିକ୍ତ ଜିଲ୍ଲା ଜର୍ଜ ଦିପକ କୁମାର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସ୍.ଡି.ଜେ.ଏମ୍. ସ୍ମରଣିକା ପ୍ରଧାନ,ଜେ.ଏମ୍ .ଏଫ୍.ସି. ମନିକା ଆଚାର୍ଯ୍ୟ , ତାଲୁକ ଆଇନ ସେବା କମିଟି ର ସଦସ୍ୟ ଅତନୁ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଜାତୀୟ ଆଇନ ସେବା ଦିବସ ପାଳନର ତାତ୍ପର‌୍ୟ୍ୟ ବିଷୟରେ ଉପସ୍ଥାପନ କରିଥିଲେ । ରାଇରଙ୍ଗପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ କାର‌୍ୟ୍ୟକ୍ରମର ସଂଯୋଜନା କରିଥିଲେ । ଉକ୍ତ ଉତ୍ସବରେ ରାଇରଙ୍ଗପୁର ହାଇସ୍କୁଲର ଛାତ୍ର ମାନଙ୍କ ସହ ପାରା ଲିଗାଲ ଭଲେଣ୍ଟିୟାର୍ ଜନାର୍ଦନ ରାମ,ତ୍ରିନାଥ ମହାନ୍ତ,ଦୁଃଖୁରାମ୍ ମୁର୍ମୁ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବଂ ରାଇରଙ୍ଗପୁର କୋର୍ଟ ର କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ