ଜାତୀୟ ଆଲୋଚନା ଚକ୍ରରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଦୃଶ୍ୟକଳା

ଭୁବନେଶ୍ୱର : ଲକ୍ଷେ୍ମøଠାରେ ଆୟୋଜିତ ଉତ୍ତରପ୍ରଦେଶ ଲଳିତକଳା ଏକାଡ଼େମୀ ତରଫରୁ ୨୯ ଓ ୩୦ ମାର୍ଚ୍ଚ ଦୁଇଦିନିଆ ‘କଳାର ବିଭିନ୍ନ କ୍ଷେତ୍ର’ ଶୀର୍ଷକ ଜାତୀୟ ଆଲୋଚନା ଚକ୍ରରେ ଓଡ଼ିଶାରୁ ଧଉଳି ·ରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅଂଶଗ୍ରହଣ କରିଥିଲେ ଆଲୋଚନା ଚକ୍ରରେ ସମକାଳୀନ ଚିତ୍ରକଳା, ସମକାଳୀନ ମୂର୍ତ୍ତିକଳା, କଳା ଇତିହାସ, ଲୋକ କଳା, ପ୍ରାଚୀନ ଭାରତୀୟ କଳା, ଉଚ୍ଚଶିକ୍ଷାରେ କଳାର ଭୂମିକା, ଆଧୁନିକ କଳାରେ ଚିତ୍ରକଳାର ନିୟମର ପ୍ରାସଙ୍ଗିକତା, ସମକାଳୀନ କଳା ଫଟୋଗ୍ରାଫି, ଦୃଶ୍ୟ କଳାରେ ମଞ୍ଚ କଳାର ସମାବେଶ ଏବଂ ପର୍ଯ୍ୟଟନ କଳା ଆଦି ବିଷୟବସ୍ତୁ ଉପରେ ଭାରତର ବିଭିନ୍ନ ରାଜ୍ୟରୁ ୭୦ଜଣ କଳା ଗବେଷକ ଅଂଶଗ୍ରହଣ କରିଥିଲେ । ଉକ୍ତ ଲୋଚନା ଚକ୍ରରେ ପଞ୍ଚାନନ ସାମଲ ‘ଓଡ଼ିଶାର କଳା ଓ ଭାସ୍କର୍ଯ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି’ ଶୀର୍ଷକ ବିଷୟବସ୍ତୁକୁ ଆଧାର କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବକ୍ତବ୍ୟରେ ଓଡ଼ିଶାର ସମକାଳୀନ ଚିତ୍ର ଓ ଭାସ୍କର୍ଯ୍ୟ କଳା, କାରୁ କଳା, ଲୋକ କଳା, ସଂସ୍କୃତି ଓ ଜନ ଜୀବନରେ ଜଗନ୍ନାଥ ସଂସ୍କୃତିର ପ୍ରଭାବକୁ ଦର୍ଶାଇବା ସହ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ଜଗତର ପ୍ରଥମ ଆଧୁନିକ ଭାସ୍କର୍ଯ୍ୟ ଓ ଆଧୁନିକ ଚିତ୍ରକଳାର ଅବତାରଣା ଦେଖିବାକୁ ମିଳିଥାଏ ବୋଲି ଦର୍ଶାଇଥିଲେ । ବିଶେଷତଃ କାନପୁରରୁ ଅଧ୍ୟାପିକା ଡଃ କୁମୁଦ ବାଲା, ଝାଡ଼ଖଣ୍ଡରୁ ଡା. ପି.ଏନ୍. ପାଣ୍ଡେ, ଲକ୍ଷେ୍ମøରୁ ଅଧ୍ୟକ୍ଷ ଡ. ରତନ କୁମାର ଓ ପ୍ରବୀନ ସୈନୀ, ବିହାରରୁ ଶଶିକାନ୍ତ ତିୱାରୀ, ଦିଲ୍ଲୀରୁ ସୁନୀଲ କୁମାର ଓ ଶ୍ରୀନଗରରୁ ଡ. ଏକତା ବିଷ୍ଟ ପ୍ରମୁଖ ବରିଷ୍ଠ କଳା ଗବେଷକ ଅଂଶଗ୍ରହଣ କରିଥିଲେ । ଉଦ୍ଯାପନୀ ଉତ୍ସବରେ ଲକ୍ଷେ୍ମø ଲଳିତକଳା ଏକାଡ଼େମୀର ସଭାପତି ଡ. ରାଜେନ୍ଦ୍ର ସିଂ ପୁଣ୍ଡିର ଓ ଅଯୋଧ୍ୟା ଆର୍ଟ କଲେଜର ଡିନ୍ ଡ. କୁମୁଦ ସିଂ ପଞ୍ଚାନନକୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ