ଜାତୀୟ ଆୟୁର୍ବେଦ ଦିବସ ଅବସରରେ ମେଗା ଯୋଗ ଶିବିର
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ଯୋଗ ସୁସ୍ଥ ଶରୀର ଗଠନ ପାଇଁ ଏକାନ୍ତ ଜରୁରୀ ସେଥିପାଇଁ ଜାତୀୟ ଆୟୁର୍ବେଦ ଦିବସ ଅବସର ରେ କୋଣାର୍କ ରାମଚଣ୍ଡୀ ମୁହାଣ ନିକଟର ସ୍ବଣ୍ଣାଭ ବେଳାମାର୍ଗ ରେ ୨୦୦ ଜଣ କୋଭିଡ ରୁ ସୁସ୍ଥ ହୋଇଥିବା ରୋଗୀ ଙ୍କୁ ନେଇ ଆୟୋଜିତ ହେଇଥିଲା ଏକ ଦିନିକିଆ ମେଗା ଯୋଗ ପ୍ରଶିକ୍ଷଣ ଶିବିର । ଏହି ପ୍ରଶିକ୍ଷଣ ଶିବିର ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ଙ୍କ ନିର୍ଦେଶକ୍ରମେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହୋଇଥିଲା । ଶିବିର ର ମୂଳ ଲକ୍ଷ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ଯୋଗ ଗୁରୁଙ୍କ ଦ୍ଵାରା ରାମଚଣ୍ଡୀ ମୁହାଣ ରେ ଆଜି ସକାଳ ୬ଟାରୁ ଏହି ଶିବିର ଆୟୋଜିତ ହୋଇଛି । କୋଭିଡ଼ ରୋଗ ରେ ଆକ୍ରାନ୍ତ ହେଉଥିବା ରୋଗୀ ଙ୍କର ଅଧୀକ ମାତ୍ରାରେ ଫୁସପୁସ ଓ କିଡ଼ନୀ ଉପରେ ପ୍ରଭାବ ପଡୁଥିବାରୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସୁସ୍ଥ ରହିବା ଓ ନିରୋଗ ରହି କୋଭିଡ ସଂକ୍ରମଣ ରୁ ନିଜକୁ ରକ୍ଷା କରିବା ପାଇଁ ଯୋଗ ନିତାନ୍ତ ଜରୁରୀ ହୋଇଥିବାରୁ ୧୩ ନଭେମ୍ୱର ଜାତୀୟ ଆୟୁର୍ବେଦ ଦିବସ ଅବସର ରେ ଏହି ଶିବିର ର ଆୟୋଜନ ହୋଇଛି ବୋଲି ଜିଲ୍ଲାପାଳ ବଲ୍ଲବନ୍ତ ସିଂ ପ୍ରକାଶ କରିଛନ୍ତି । ଏହି ମେଗା ଯୋଗ ଶିବିର କୁ ଆୟୁଷ ମନ୍ତ୍ରଣାଳୟ ଓ ଜିଲ୍ଲାପ୍ରଶାସନ ସହିତ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଶିବିରରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।