ଜାତୀୟ କଂଗ୍ରସ ପକ୍ଷରୁ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କୋଣାର୍କ କଲ୍ୟାଣ ମଣ୍ଡପରେ ଦୁଇ ଦିନିଆ ପୁରୀ ଜିଲ୍ଲାସ୍ତରୀୟ ସର୍ବୋଦୟ ସଂକଳ୍ପ ଶିବିର ଆୟୋଜିତ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଆରମ୍ଭ ହୋଇଥିବା ଏହି ସଂକଳ୍ପ ପ୍ରଶିକ୍ଷଣ ଶିବିର ଅଧକ୍ଷ ସୁଦର୍ଶନ ଦାସଙ୍କ ତତ୍ତ୍ଵାବଧାନରେ ଶୁଭାରମ୍ଭ ହୋଇଥିଲା। ପ୍ରଶିକ୍ଷକ ଭାବେ ଶ୍ରୀ ସୁନୀଲ ପାନୱାର, ଅଧ୍ୟକ୍ଷ, ଆରଜିପିଆରଏସ, ଶ୍ରୀ କୁନାଲ ବାନାର୍ଜୀ, ଉପାଧ୍ୟକ୍ଷ, ଆରଜିପିଆରଏସ, ବକ୍ତା ଡକ୍ଟର ମନୀଷା ଦାସ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ କଂଗ୍ରେସର ଭୂମିକା, ଭାରତ ନିର୍ମାଣ ଏବଂ କଂଗ୍ରେସର ଅବଦାନ ଓ ଭାରତୀୟ ସମ୍ବିଧାନର ସୁରକ୍ଷା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ , ଉପେନ୍ଦ୍ର କଣ୍ଡି , ସ୍ଵାଧୀନ ନାୟକ , ସୁବାସ ନାୟକ, ଦେଶ ପ୍ରାଣ ଲେଙ୍କା , ସୁରେଶ ନାୟକ, ନଟବର ନାୟକ , ନିହାର ରଞ୍ଜନ ବେଉରା , ଲୋକନାଥ ବେହେରା , ବିରଞ୍ଚି ନାରାୟଣ ପତି, ଭାସ୍କର ସେଠ୍ , ବିପିନି ବିହାରୀ ମହାନ୍ତି ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ