ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ରୀତାଞ୍ଜଳୀ ସାମଲଙ୍କ ଅଧ୍ୟକ୍ଷତାରେ ଜାତୀୟ ଶିଶୁକନ୍ୟା ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ପଞ୍ଚାୟତ ଅଞ୍ଚଳର ଅଙ୍ଗନବାଡି, ଆଶା ଓ କିଶୋରୀ ବାଳିକା ମାନେ ଯୋଗଦେଇଥିଲେ । ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ସଂଗୀତା ମଲ୍ଲିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିଶୁ କନ୍ୟା ସପ୍ତାହ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କନ୍ୟା ଭ୍ରୃଣ ହତ୍ୟା ସଚେତନତା ପାଇଁ ଏକ କମିଟି ଗଠନ କରାଯାଇଥିଲା । ସରପଞ୍ଚ ଏହାର ଅଧ୍ୟକ୍ଷ ଭାବେ ରହିଥିବାବେଳେ ସଦସ୍ୟା ଭାବେ ସବିତା ଦାସ, ମୀନତୀ ଜେନା, ଜୟନ୍ତୀ ଓଝା, ବିକାଶ ଦାସଙ୍କୁୁ ମନୋନୀତ କରାଯାଇଥିଲା । ସରପଞ୍ଚଙ୍କ ପକ୍ଷରୁ ଏନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ