ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଜାତୀୟ କନ୍ୟା ସନ୍ତାନ ସପ୍ତାହ ଅବସରରେ ପାରଳାଖେମୁଣ୍ଡି ସ୍ତିତ ବଡ ବ୍ରାହ୍ମଣ ସାହିରେ ଆକାଂକ୍ଷା ମହିଳା ସଂଗଠନ ତରଫରୁ ଜଟିଆ କନ୍ୟା ସନ୍ତାନ ସପ୍ତାହ ପାଳିତ ହୋଇଯାଇଛି |ଆକାଂକ୍ଷା ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ମିନାକୁମାରୀ ଟହଲ ସଭାପତିତ୍ୱ କରି କନ୍ୟା ସନ୍ତାନର ସୁରକ୍ଷା ଦିଗରେ ଆଲୋକ ପାତ କରିଥିଲେ |ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ଅଳକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କନ୍ୟା ସପ୍ତାହ ପାଳନ ବିଷୟରେ ବୁଝାଇଥିଲେ | ଉପସଭା ନେତ୍ରୀ ଶ୍ରୀମତୀ ଅନିତା ମିଶ୍ର ଗର୍ଭସ୍ଥ ସନ୍ତାନର ନିରୂପଣ ଏକ ଦଣ୍ଡନୀୟ ସମ୍ପର୍କରେ ବୁଝାଇଥିଲେ | କୋସାଦକ୍ଷା ଶ୍ରୀମତୀ ତନୁଜା ଶତପଥୀ ବାଲ୍ୟବିବାହ ନିଷେଧ ବିଷୟରେ ବୁଝାଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆକାଂକ୍ଷା ସଂଗଠନର ସଦସ୍ୟା ମାନେ ଉପସ୍ଥିତ ଥିଲେ | ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ,ମିଠା ଓ ଚକଲେଟ ପ୍ରଦାନ କରିଥିଲେ | ସର୍ବ ଶେଷରେ ସୁଜାତା ଧନ୍ୟବାଦ ଅର୍ପଣ କରିଥିଲେ |