ଜାତୀୟ କୃମି ନାଶକ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ): ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଆଶା ଓ ଅଙ୍ଗନବାଡି କର୍ମୀମାନେ ଘରଘର ବୁଲି ୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ଆଲବେନଡାଜୋଲ ବଟିକା ଓ ସିରପ ଦେଉଛନ୍ତିି । ଏହି କାର୍ଯ୍ୟକ୍ରମରେ ୧୪୫ଜଣ ଆଶାକର୍ମୀ ନିୟୋଜିତ ଥିବାବେଳେ ୨୧୫ଜଣ ଅଙ୍ଗନବାଡି କର୍ମୀ ଓ ୩୮ଜଣ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମଟି ୧୦ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି ।ଏଥିରେ ସମସ୍ତ ଜନସାଧାରଣ ସହଯୋଗ କଲେ କାର୍ଯ୍ୟକ୍ରମର ସଫଳତା ମିଳିପାରିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ