ଜାତୀୟ କୋଷାଧ୍ୟକ୍ଷ ଶ୍ରୀ ଆଲୋକ ଗୋଏଲଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ସନ୍ଧ୍ୟାରେ ଜାତୀୟ କୋଷାଧ୍ୟକ୍ଷ ଶ୍ରୀ ଆଲୋକ ଗୋଏଲ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ରାଜ୍ୟ ମୁଖ୍ୟାଳୟର ବିଭିନ୍ନ ଜାଗା ବୁଲି ଦେଖିଥିଲେ । ରାଜ୍ୟ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ର ରାଜ୍ୟରେ ସ୍କାଉଟିଂର ଉନ୍ନତି ପାଇଁ ପ୍ରତ୍ୟେକ ଜିଲ୍ଲାମାନଙ୍କରେ ବିଭିନ୍ନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଶ୍ରୀ ଗୋଏଲ ନିଜ ବକ୍ତବ୍ୟରେ କହିଥିଲେ ଯେ ଜାତୀୟସ୍ତରରେ ଓଡିଶା ଏବେ ବଡ ବଡ ରାଜ୍ୟମାନଙ୍କୁ ପଛରେ ପକାଇ ସବୁ କ୍ଷେତ୍ରରେ ସେ ଏବେ ସବୁଠାରୁ ଆଗରେ ରହିଛି । ଓଡିଶାରେ ସ୍କାଉଟିଂ ଏକ ଛୋଟ ଘରୁ ଆରମ୍ଭ ହୋଇ ଏବେ ସମଗ୍ର ଭାରତରେ ଓଡିଶା ନିଜ ପରିଚୟ ସୃଷ୍ଟି କରିପାରିଛି ବୋଲି ଡଃ. ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ଗାଇଡ୍‌ମାନଙ୍କ ଦ୍ୱାରା ଏକ ନୃତ୍ୟ ପରିବେଷଣ କରାଯାଇଥିଲା । ଶ୍ରୀ ଗୋଏଲଙ୍କୁ ଓଡିଶା ତରଫରୁ ଏକ ସ୍ମୃତି ଫଳକ ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ର ପ୍ରଦାନ କରିଥିଲେ । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ତଥା ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ସମବାୟ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓଡିଶା ସ୍କାଉଟର କାର୍ଯ୍ୟକ୍ରମ ମାନ ବିଶ୍ୱସ୍ତରରେ ପ୍ରଶଂସିତ ହେଉଥିବାରୁ ଆନନ୍ଦ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ