ଜାତୀୟ କ୍ରୀଡା ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । କ୍ରୀଡା ତଥା କ୍ରୀଡାବିତ୍ ଙ୍କ ବିକାଶ ନିମନ୍ତେ ୨୦୧୨ ରୁ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ପରିସରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକ ମାନଙ୍କୁ ନେଇ ଦୌଡ, ସଟପୁଟ. ଲେମନ ସ୍ପୁନ, ୱାକିଙ୍ଗ, ଚିତ୍ରାଙ୍କନ, ଗେଟ ରେଡ୍ଡୀ ଫର ସ୍କୁଲ ଭଳି ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଦ୍ୟାଳୟର ପ୍ରିନସିପାଲ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରତିଯୋଗିତାକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଇ. ଲଳିତ କୁମାର ପରିଚାଳନା କରିଥିବା ବେଳେ ଶିକ୍ଷକ ସୁନୀଲ କୁମାର ସାହୁ, ନିଳାଂଚଳ ବେହେରା, ଅନୀଲ କୁମାର ନାୟକ, ଅରବିନ୍ଦ ବାସୁଦେବ, ସୁଧାଂଶୁ ପାଢୀ, ତପନ ପାତ୍ର, କାଳି ପ୍ରସାଦ ମାର୍ଥା, ଶିକ୍ଷୟତ୍ରୀ ଶୁଭଶ୍ରୀ ପରିଡା ଓ ସୋନାଲି ତ୍ରିପାଠୀ ପ୍ରମୁଖ ସହ ଯୋଗ କରିଥିଲେ । ସେହିପରି ଅନସ୍ଲୋ ହାଇସ୍କୁଲ ପରିସରରେ ମଧ୍ୟ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶେଷରେ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।