ଜାତୀୟ ଗଣିତ ଦିବସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଭାରତର ବିଶିଷ୍ଟ ଗଣିତଜ୍ଞ ରାମାନୁଜଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗଣିତ ଚାର୍ଟ ପ୍ରଦର୍ଶନ, ଭାରତୀୟ ଗଣିତଜ୍ଞ ମାନଙ୍କର ଫଟୋଚିତ୍ର ପ୍ରଦର୍ଶନ,ଗଣିତ ହାଟ, ବିଭିନ୍ନ ଗାଣିତିକ ଝୋଟି, ବିଭିନ୍ନ ପୂରାତନ ତଥା ପ୍ରଚଳିତ ମୁଦ୍ରା ପ୍ରଦର୍ଶନ, ପ୍ରକଳ୍ପ ପ୍ରଦର୍ଶନ,ବୈଦିକ ଗଣିତ ପ୍ରକଳ୍ପ,ଗଣିତ ସେମିନାର , ଗଣିତ ଆଧାରିତ କବିତା ଓ ରାମାନୁଜମ୍ ଙ୍କ କୃତିତ୍ୱ କଥନ ଇତ୍ୟାଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଗଣିତ ପ୍ରମୁଖ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ଓ ଶ୍ରୀ ମୁରଲୀ ମୋହନ ପ୍ରଧାନ ଓ ସହ-ପ୍ରମୁଖ ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ, ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଙ୍କ ସଂଯୋଜନା ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଙ୍କ ସଭାପତିତ୍ବ ଏବଂ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ ଏଇ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ