ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ବାରିକପୁର ଉଚ୍ଚ ବିଦ୍ୟାଳୟ ସମେତ ହାରାମଣି ବାଳିକା ବିଦ୍ୟାଳୟ ଠାରେ ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜନ ହୋଇଥିବା ଉକ୍ତ ପରୀକ୍ଷାରେ ବ୍ଲକ ଅଞ୍ଚଳରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ବାରିକପୁର ଉଚ୍ଚ ବିଦ୍ୟାଳୟ ଠାରେ ୧୩୨ଜଣ ଛାତ୍ରଛାତ୍ରୀ ଯୋଗଦେଇ ପରୀକ୍ଷା ଦେଇଥିବା ବେଳେ ହାରାମଣି ବିଦ୍ୟାଳୟ ଠାରେ ୧୩୬ଜଣ ବିଦ୍ୟାର୍ଥୀ ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଭାଗ ନେଇଥିଲେ। ଦୁଇଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରୀକ୍ଷା ପରିଚାଳନା କରିଥିଲେ।