ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ୫ମ ଦିନରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଲବର ନିଜସ୍ୱ କାର୍ଯ୍ୟାଳୟ ସ୍ନେହମଠାରେ ଚକ୍ଷୁଦାନ ପକ୍ଷ ପାଳନର ୫ମ ଦିବସରେ ୮ମ ,୯ମଓ୧୦ମ ଶ୍ରେଣୀର ଛାତ୍ରୀ ଓ ଛାତ୍ର ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଟି ହାଇସ୍କୂଲ, ସଂକଳ୍ପ ସିନିୟର ସେକେଣ୍ଡାରୀ ସ୍କୂଲ, ମା ସରସ୍ଵତୀ ଶିଶୁ ବିଦ୍ୟମନ୍ଦିର, କେ. ସି. ଟାଉନ ହାଇସ୍କୂଲର ୪୭ ଜଣ ଛାତ୍ରୀ ଛାତ୍ର ଯୋଗଦେଇଥିଲେ। ଏହିପ୍ରକାର ବକ୍ତୃତା, ପ୍ରବନ୍ଧ ପ୍ରତିଯିଗୀତରେ ଯୋଗଦେବଫଳରେ ନିଜର ଜ୍ଞାନ ବିକସିତ ହେବ ଓ ସାହସ ବଢିବ ବୋଲି ଉପ ସଭାପତି ଜମ୍ମୁଲ ସୁରେଶ ବୁଝାଇଥିଲେ। ମୃତ୍ୟୁ ପରେ ଚକ୍ଷୁଦାତାଙ୍କର ପରିଜନ ମାନେ ମୃତ ବ୍ୟକ୍ତିର ମୁଣ୍ଡକୁ ତକିଆତଳେ ରଖିବା, ଆକ୍ଷୀ ୨ଟିକୁ ବୁଜିଦେଇ ଓଦା ତୁଲା ଦ୍ୱାରା ଘୋଡାଇ ରଖିବା ଓ ପଙ୍ଖାବନ୍ଦ କରିବାକୁ ପଡିବ ବୋଲି ସୁଚେଇଥିଲେ। ଏଥିରେ ସମ୍ପୂର୍ଣ ଆଖିନିଆ ଯାଏ ନାହିଁ। କେବଳ କର୍ଣ୍ଣିଆ ବା ସ୍ଵଛପରଳ ନିଆଯାଇଥାଏ ଓ ଏହା କେବଳ ୧୫ ମିନିଟ ମଧ୍ୟରେ ତାଲିମ ପ୍ରାପ୍ତ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବାହାର କରାଯାଏ ଓ ଅପେକ୍ଷରତ ଦୃଷ୍ଟିହୀନଙ୍କଠାରେ ପ୍ରତି ରୋପଣ କରା ଯାଇଥାଏ। ଏହି କାର୍ଯ୍ୟ କ୍ରମର ଶେଷରେ କ୍ଲବର ସଭାପତି ଇ. ପ୍ରଶାନ୍ତ କୁମାର ପାତ୍ର ପିଲାମାନଙ୍କୁ ଧନ୍ୟବାଦ ଦେଇ ଘର ତିଆରି ସ୍ୱାଦିଷ୍ଟ ଓ ସୁଷମ ଗୁଡ଼ାରେ ତିଆରି ବାଦାମ ଲଡୁ ରାସିଲଡୁ ଯୋଗାଇଥିଲେ ଓ ଏହା ସୁସ୍ୱାଦୁ ଜଳ ଖିଆ ରୂପେ ବ୍ୟବହର କରିବାକୁ କହିଥିଲେ। ମାଣ୍ଡିଆ ଚକୁଳି, ବିରି, ମୁଗରେ ତିଆରି ଖାଦ୍ୟଖାଇବାକୁ ପରାମର୍ଶ ଦେଇଥିଲେ ଓ ପ୍ଲାଷ୍ଟିକ, ପୋଲିଥିନ ବ୍ୟବାହାର ବର୍ଜନ କରିବାକୁ ପଡିବ ବୋଲି କହିଥିଲେ। ପ୍ରୋଜେକ୍ଟ ଚେଇରମାନ ବି. ଲଷ୍ମୀ ନାରାୟଣ, ପତ୍ର ଓ ଡିରେକଟର Ch. ଶିବପ୍ରସଦ ରାଓ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଏମ. ,ବିଦ୍ୟସାଗର, ସହସମ୍ପଦକ ପି. ଶ୍ରୀକାନ୍ତ ସେନାପତି, ସଭ୍ୟ କେ. ନନ୍ଦେଷୁ ସେନାପତି , ମନୋଜ କୁମାର ପାଢୀ, ଇ.ଡି. ପାତ୍ର, ଇ. ଜଗଡ଼ିଶ୍ୱର ରାଓ, ପି. କିରଣ କୁମାର, ଏସ. ଆପ୍ପା ରାଓ ,V. ସତ୍ୟନାରାୟଣ, ପି.ଶିବପ୍ରସାଦ ରାଓ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ