ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ସପ୍ତମ ଦିବସରେ ସଚେତନତା ଶୋଭାଯାତ୍ରା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁରସ୍ଥ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷରୁ ଜାତୀୟ ଚକ୍ଷୁଦାନ ପକ୍ଷପାଳନର ସପ୍ତମ ଦିବସରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ବାହାର କରାଯାଇଛି। ଖଲ୍ଲିକୋଟ କଲେଜଠାରୁ ବାହାରୁଥିବା ଶୋଭାଯାତ୍ରା ପୂର୍ବରୁ ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଲବର ସଭାପତି ଇ. ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ସମସ୍ତ ସଂଗଠନର ସଭ୍ୟାସଭ୍ୟମାନଙ୍କୁ ଓ ରୁବି ହସ୍ପିଟାଲର ମୁଖ୍ୟ ଅବସର ପ୍ରାପ୍ତ ପ୍ରଫେସର ବି.ନାଗେଶ୍ୱର ରାଓ ସୁବୁଦ୍ଧି, ଏମ. କେ. ସି.ଜି. ମେଡିକାଲର ଚକ୍ଷୁବିଭାଗର ମୁଖ୍ୟ ପ୍ରୋଫେସର ଡ. ସୁଚିତ୍ରା ଦାସ , ଡ. ଡି.ବ୍ରଜ ବାବୁ, ମେନେଜେର, ସିଟି ହସ୍ପିଟାଲ .ରୋଟାରୀ କ୍ଲବର ଡ.ନାରାୟଣ ମିଶ୍ର , ଡ.ଏସ, ମନ୍ମଥ ରାଓ , ଡ. ଇ. ଜୟନ୍ତୀ ରାଓ, ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଲବର ପୂର୍ବତନ ସଭାପତି ଇ.ଟି.ରାଓ ଓ ବରିଷ୍ଠ ସଭ୍ୟ ସୁଶାନ୍ତ ସାବତଙ୍କ ସହ ସମବେତ ବିଭିନ୍ନ ସଂଗଠନର କର୍ମକର୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଉପସ୍ଥିତ ଡାକ୍ତରମାନେ ଚକ୍ଷୁଦାନ ସମ୍ପର୍କରେ ସଂକ୍ଷେପରେ ବକ୍ତବ୍ୟ ରଖିଥିଲେ ଓ ସର୍ବସାଧାରଣଙ୍କ ସହଯୋଗ ରହିଲେ ଅନ୍ଧତ୍ୱ ନିବାରଣ ହୋଇପାରିବ ବୋଲି ବୁଝାଇଥିଲେ। ଏହି ଶୋଭାଯାତ୍ରାକୁ ପରିବେଶବିତ ସବୁଜ ମାନବ ସୁଧୀର ରାଉତ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ଶୋଭାଯାତ୍ରା ଖଲ୍ଲିକୋଟ କଲେଜ ଠାରୁ ବାହାରି ପୁରୁଣା ବସ ଷ୍ଟାଣ୍ଡ ଅରବନ ବେଙ୍କ ରୋଡ , ଏସ . ଏନ. ଟି . ରୋଡ ଛକ, କାମ୍ପସାହି ଛକ ଦେଇ ଗିରି ମାର୍କେଟ ଦେଇ ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଲବର ନିଜସ୍ୱ କାର୍ଯ୍ୟାଳୟ ସ୍ନେହମ ଠାରେ ଶେଷ ହୋଇଥିଲା। “ଚକ୍ଷୁଦାନ ମହତ ଦାନ”,”ବଞ୍ଚିଥିବା ଯାଏ ରକ୍ତଦାନ, ମୃତ୍ୟୁପରେ ଚକ୍ଷୁଦାନ”, ଆଦି ସ୍ଲୋଗାନ ମାନଦେଇ ଜନତାଙ୍କୁ ସଚେତନ କରାଯାଇଥିଲା। ଚକ୍ଷୁଦାନ ସମ୍ପର୍କିତ ପ୍ରଚାରପତ୍ର ( leaf-let) ବଣ୍ଟା ଯାଇଥିଲା। ପୁରୁଣା ବସ ଷ୍ଟେଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ ଛକ, ମୟୂରୀ ଟାୱାର ଛକ ଠାରେ ପଥପ୍ରାନ୍ତ ସଭାର ଆୟୋଜନ ହୋଇଥିଲା। ଏଥିରେ ଡାକ୍ତର ବନ୍ଧୁମାନେ ଚକ୍ଷୁଦାନ ଉପରେ ବକ୍ତବ୍ୟ ରଖିଥିଲେ।ଏହି ଶୋଭାଯାତ୍ରାରେ ରୁବି ହସ୍ପିଟାଲ, ଏ.ଭି. ବି. ଡି, ଓଡିଶା, ମାରୁୱାଡି ମହିଳା ସମିତି , ମାନବବାଦୀ ହେତୁବାଦୀ ସଂଗଠନ , ଫ୍ରେଣ୍ଡସ ୱେଲଫର କ୍ଲବ, ଇଣ୍ଡିଆନ ମେଡିକାଲ ଏସୋସିଏସନ, ରୋଟାରୀ କ୍ଲବ ପୂର୍ବ, ରୋଟାରୀ କ୍ଲବ ସେଣ୍ଟ୍ରାଲ ଓ ଅନ୍ୟାନ୍ୟ ସଂଗଠନର ବହୁ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।ଏହି ଶୋଭାଯାତ୍ରାକୁ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବର ସମ୍ପାଦକ ଏମ. ବିଦ୍ୟସାଗର, ଉପସଭାପତି ଜମ୍ମୁଲା ସୁରେଶ, ଚେଇରମେନ ବି. ଲଷ୍ମୀନାରାୟନ ପାତ୍ର ଓ ପ୍ରୋଜେକ୍ଟ ଡିରେକ୍ଟର ଏ.ଏସ.ଏନ.ଗୁପ୍ତା ସୁଚାରୁରୂପେ ପରିଚାଳନା କରିଥିଲେ। ଏଥିରେ କ୍ଲବର ସଭ୍ୟ ଟି. ଗୋପୀ, ପି.ପ୍ରଭାକର ରାଓ କେ.ନନ୍ଦେଷୁ ସେନାପତି, ଇ.ଡି. ପାତ୍ର, ଇ.ଜଗଦୀଶ୍ୱର ରାଓ, Ch. ଶୀବପ୍ରସାଦ ରାଓ, କେ. ପୁରୁଷୋତ୍ତମ ସୁବୁଦ୍ଧି, କେ ଭାରତ କୁମାର ସୁବୁଦ୍ଧି, ସ୍ୱରାଜ୍ୟ ସୁବୁଦ୍ଧି, ମନୋଜ କୁମାର ପାଢୀ, ଇ. ରଘୁନାଥମ , ସତ୍ୟକମ ପାତ୍ର, ଭି. ସତ୍ୟନାରାୟଣ , ଶ୍ରୀନିବାଶ ରାଓ , ପି. କିରଣ କୁମାର , ଏ.ରାମଚନ୍ଦ୍ର ରାଓ ଏବଂ ବହୁ ସଭ୍ୟା ଓ ସଭ୍ୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ