ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ୧୦ମ ଦିବସରେ କୁନି କୁନି ପିଲାଙ୍କ ଦ୍ୱାରା କ୍ଷୁଦ୍ର ନାଟକ ମାଧ୍ୟମରେ ସଚେତନତା
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷରୁ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ୧୦ମ ଦିନରେ ବ୍ରହ୍ମପୁର ରୋଟାରୀ କ୍ଲବ ଠାରେ ଛାତ୍ରୀ, ଛାତ୍ରମାନଙ୍କଦ୍ୱାରା କ୍ଷୁଦ୍ର ନାଟକ ପରିବେଷଣ କରି ସଚେତନତା ସୃଷ୍ଟି କରାଯାଇଛି। ଏଥିରେ ସଂକଳ୍ପ ସିନିୟର ସେକେଣ୍ଡାରୀ ସ୍କୂଲ, ରାଳବ, ସତ୍ୟସାଇ ବିଦ୍ୟାବିହାର , ଓ ସଂକଳ୍ପ କିଣ୍ଡେରଗାର୍ଡେନ ବିଦ୍ୟାଳୟ ଯୋଗଦେଇଥିଲେ। ତିନୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଚକ୍ଷୁଦାନ ସମ୍ପର୍କରେ ଲିଖିତ ନାଟକ ପରିବେଷଣ କରିଥିଲେ ଓ ଉପସ୍ଥିତ ଜନତାଙ୍କ ମନ ଜିଣିଥିଲେ। ଏ.ଏସ.ଏନ.ଗୁପ୍ତା, ସତ୍ୟବ୍ରତ ଦାସ, ଡି.ହରିକିସନଏହି ପ୍ରତିଯୋଗିତାର ବିଚାରକ ଥିଲେ। ଏହି ପ୍ରତିଯୋଗିତାରେ ସଂକଳ୍ପ ବିଦ୍ୟାଳୟର ଜୁନିଅର ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନ , ସତ୍ୟସାଇ ବିଦ୍ୟାବିହାରର ଛାତ୍ରଛାତ୍ରୀ ଦ୍ଵିତୀୟ ଓ ସଂକଳ୍ପ କିଣ୍ଡେର ଗାର୍ଡେନ ବିଦ୍ୟାଳୟର ଛାତ୍ର ଛାତ୍ରୀ ୩ୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ରୋଟାରୀ କ୍ଲବର ସଭାପତି ରୋଟାରିଆନ ପ୍ରଦ୍ୟୁମ୍ନ ବିଶୋଇ, ବରିଷ୍ଠ ଚକ୍ଷୁ ଚିକିତ୍ସକ ପ୍ରଫେସର ବି. ନାଗେଶ୍ୱର ରାଓ ସୁବୁଦ୍ଧି , ଡାକ୍ତର. ଟି.ପ୍ରକାଶ ରାଓ ,ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବର ସଭାପତି ଇ. ପ୍ରଶାନ୍ତ କୁମାର ପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଫେସର ନାଗେଶ୍ୱର ରାଓ ଚକ୍ଷୁ ଦାନ ପକ୍ଷପାଳନରେ ନାଟକମାଧ୍ୟମରେ ସଚେତନତା ପାଇଁ ସଂନ୍ତୋଷ ପ୍ରକାଶ କରିଥିଲେ ଓ ଏହିପରି ଲେଖାକୁ ନେଇ ଗାଁ, ଗାଁରେ ପଥପ୍ରାନ୍ତ ନାଟକ ପରିବେଷଣ କଲେ ବହୁ ପରିମାଣରେ ଲୋକେ ସଚେତନ ହୋଇ ଚକ୍ଷୁଦାନ ପାଇଁ ଆଗେଇ ଆସିବେ ବୋଲି କହିଥିଲେ। ଉପସଭାପତି ଜମ୍ମୁଲା ସୁରେଶ, ସମ୍ପାଦକ ଏମ. ବିଦ୍ୟାଶାଗର, ସହ ସମ୍ପାଦକ ଶ୍ରୀକାନ୍ତ ସେନାପତି , କେ.ନନ୍ଦେଷୁ ସେନାପତି, ପି. କିରଣ କୁମାର, ଇ.ଜଗଦୀଶ୍ୱର ରାଓ, ଭି. ସତ୍ୟନାରାୟଣ, ବସନ୍ତ କୁମାର ସାହୁ, ସତ୍ୟକମ ପାତ୍ର, ଯୋଗଦେଇ ସହଯୋଗ କରିଥିଲେ।
ମୃତ୍ୟୁପରେ ଆମ ଶରୀରକୁ ପୋଡ଼ି ଦେଇଥାଉ କିମ୍ବା ପୋତି ଦେଇ ଥାଉ। ତେଣୁ ଆମର ଅତିଦରକାରୀ ଆଖି ଦୁଇଟିକୁ ମଧ୍ୟ ନଷ୍ଟ କରିଦେଉ। କିନ୍ତୁ ଆମେ ଯଦି ଚକ୍ଷୁ (କର୍ଣ୍ଣିଆ) ଦାନ କରିପାରିବା ତେବେ ଦୁଇଜଣ ଦୃଷ୍ଟିବାଧିତ ବ୍ୟକ୍ତି ଦୃଷ୍ଟିଶକ୍ତି ଫେରିପାଇବେ । କର୍ଣ୍ଣିଆ ଏକ ସ୍ଵଛପଟଳ। କୌଣସ କାରଣରୁ କର୍ଣ୍ଣିଆ ନଷ୍ଟ ହୋଇଗଲେ ଦୃଷ୍ଟିଶକ୍ତି ହରାଇଥାନ୍ତି। ଅନ୍ଧତ୍ୱ ଭାରତ ପାଇଁ ଏକ ବଡ ସମସ୍ୟା। ଏହି ସମସ୍ୟାର କିଛି ସମାଧାନ ପାଇଁ ଜାତି ଧର୍ମ ଲିଙ୍ଗ ନିର୍ବିଶେଷରେ ଯେ କୌଣସି ବୟସର ମୃତ ବ୍ୟକ୍ତି ଚକ୍ଷୁଦାନ କରିପାରିବେ। ମୃତ୍ୟୁର ୮ଘଣ୍ଟା ମଧ୍ୟରେ ତାଲିମପ୍ରାପ୍ତ ଆଖି ଡାକ୍ତରଙ୍କ ଦ୍ୱାରା ଆଖି ବା କର୍ଣ୍ଣିଆ ନିଆଯାଇଥାଏ। ଅପେକ୍ଷା ରତ କାର୍ଣ୍ଣିଆଯୋଗୁଁ ଦୃଷ୍ଟିବାଧିତଙ୍କ ନିକଟରେ ପ୍ରତି ରୋପଣ କରିବା ପରେ ଦୃଷ୍ଟିଶକ୍ତି ଫେରିଥାଏ ବୋଲି ସଭାପତି ଉପସ୍ଥିତ ସମସ୍ତ ଅଭିଭାବକ ଓ ଜନତାଙ୍କୁ ସୂଚନା ଦେଇଥିଲେ। ଏହିକାର୍ଯ୍ୟକ୍ରମ ପ୍ରୋଜେକ୍ଟ ଚେଇରମାନ ବି. ଲଷ୍ମୀନାରାୟଣ ପାତ୍ରଙ୍କ ତତ୍ୱବାଧାନରେ ହୋଇଥିଲା।ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଦୁଃଖପ୍ରକାଶ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଚକ୍ଷୁଦାନ ପକ୍ଷପାଳନ ସମୟରେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରିବାରର ସମସ୍ତ ସଦସ୍ୟ ଚକ୍ଷୁଦାନ ପାଇଁ ପଦକ୍ଷେପ ନେଇଥିବା ଯୋଗୁଁ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ତରଫରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଆଜି ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପରିଷରରେ ବରିଷ୍ଠ ନାଗରିକଙ୍କ ପାଇଁ ଜେରିଆଟିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ୭୫ ଜଣ ବରିଷ୍ଠ ନାଗରିକ ରବିନ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପାଇଥିଲେ ଓ ସମସ୍ତ ଔଷଧ ମାସକ ପାଇଁ ମାଗଣା ଦିଆଯାଇଥିଲା।