ଜାତୀୟ ଜାମ୍ବୋରି ରାଜସ୍ଥାନରେ ଓଡିଶା ସ୍କାଉଟର ବାଜିମାତ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଜାତୀୟ ଜାମ୍ବୋରୀ ରାଜସ୍ଥାନଠାରେ ଅନୁଷ୍ଠିତ ହେଇଅଛି । ଏହି ଜାମ୍ବୋରୀରେ ଓଡିଶା ସମେତ ଛତିଶଗଡ, ଦକ୍ଷିଣପୂର୍ବ ରେଳପଥ, କର୍ଣ୍ଣାଟକ, ଦାଦରନଗର ହାଭେଲି, ଆସାମ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ଇତ୍ୟାଦି ରାଜ୍ୟରୁ ମୋଟ ୩୭୦୦୦ରୁ ଊର୍ଦ୍ଧ୍ୱ ସ୍କାଉଟ ଗାଇଡ୍ ଅଂଶଗ୍ରହଣ କରିଛନ୍ତି । ଏହି ଜାତୀୟ ଜାମ୍ବୋରୀକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁ ଉଦ୍‌ଘାଟନ କରିଥିଲେ । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଓଡିଶାରୁ ୩୦୦ ରୁ ଊର୍ଦ୍ଧ୍ୱ ସ୍କାଉଟ, ଗାଇଡ୍‌, ରୋଭର, ରେଞ୍ଜର ଏବଂ ସେମାନଙ୍କର ୟୁନିଟ୍ ଲିଡରମାନେ ଅଂଶଗ୍ରହଣ କରି ଓଡିଶାର ବିଭିନ୍ନ କଳା କୌଶଳ ଏବଂ ଓଡିଶାର ବିଭିନ୍ନ ସାମଗ୍ରୀକୁ ପ୍ରଦର୍ଶନୀ କରିଛନ୍ତି । ମୁଖ୍ୟତ ଓଡିଶାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନିଖୁଣ ଭାବରେ ସେଠାରେ ଉପସ୍ଥାପନ କରାଯାଇଥିଲା । ବିଭିନ୍ନ ରାଜ୍ୟରୁ ଆସିଥିବା ସ୍କାଉଟ ଗାଇଡ୍‌ପିଲାମାନେ ଏବଂ ଅତିଥିମାନେ ଏହି ପ୍ରଦର୍ଶନୀକୁ ଦେଖି ଆନନ୍ଦ ଅନୁଭବ କରୁଛନ୍ତି । ବିଶେଷକରି ଓଡିଶାର ରଥଯାତ୍ରାକୁ ବହୁଲୋକ ବୁଲି ଦେଖିବା ସହିତ ରଥପାଖରେ ନିଜର ସେଲଫି ଉଠାଉଥିବାର ଦେଖାଯାଇଥିଲା ।ପରିଶେଷରେ ଓଡିଶାର ବିଭିନ୍ନ ପ୍ରତିଯୋଗିତା ଏବଂ ପ୍ରଦର୍ଶନୀକୁ ଶ୍ରେଷ୍ଠ ବିବେଚିତ କରାଯାଇ ଉପସ୍ଥିତଥିବା ଅତିଥିମାନଙ୍କ ଦ୍ୱାରା “ଏ” ଗ୍ରେଡ୍ ଭାବରେ ୪ ଗୋଟି, “ବି” ଗ୍ରେଡ୍ ଭାବରେ ୧୦ ଗୋଟି ଏବଂ ସବୁଠାରୁ ଶ୍ରେଷ୍ଠ କଂଟିଜେଂଟ୍ ଲିଡର ଭାବରେ ଓଡିଶାକୁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା ।ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ରାଜ୍ୟସଂସ୍ଥାର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଜାତୀୟ ଜାମ୍ବୋରୀରେ ଯୋଗଦେଇଥିବା ସମସ୍ତ ସ୍କାଉଟ ଗାଇଡ୍ ଏବଂ ସେମାନଙ୍କର ୟୁନିଟ୍ ଲିଡରମାନଙ୍କୁ ଧନ୍ୟବାଦ ଦେବା ସହିତ ସେମାନେ କଠିନ ପରିଶ୍ରମର ଫଳ ପାଇଛନ୍ତି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ