ଜାତୀୟ ଟାଇକୋଣ୍ଡୋ ଚାମ୍ପିୟାନସିପ୍ ରେ ବ୍ରୋଂଚ ପଦକ ହାସଲ କଲେ ସୁନ୍ଦରପୁର ର ପ୍ରିତମ 

ଛତ୍ରପୁର, (ଦେବଦତ୍ତ ମହାରଣା) :-୧୯ ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହକ ଏବଂ ଯୁବବିଜେଡି ଛତ୍ରପୁର ବ୍ଲକ ସଭାପତି ସୁବାଷଚନ୍ଦ୍ର ନାହାକ (କାଳିଆ )ଙ୍କ ପୁଅ ପ୍ରିତମ କୁମାର ନାହାକ ଜାତୀୟ ଟାଇକୋଣ୍ଡୋ ଚାମ୍ପିୟନସିପ୍ ରେ ବ୍ରୋଂଚ ପଦକ ହାସଲ କରି ଛତ୍ରପୁର ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଗତ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ନାସିକ୍ ରେ ଅନୁଷ୍ଠିତ ହୋଇଥିବା ଜାତୀୟ ଟାଇକୋଣ୍ଡୋ ଚାମ୍ପିଅନସିପ୍ ରେ ଟାଇକୋଣ୍ଡୋ ଏକାଡେମୀ ଅଫ୍ ବ୍ରହ୍ମପୁର ର ୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ପ୍ରିତମ କୁମାର ନାହାକଙ୍କ ସମେତ ବ୍ରହ୍ମପୁର ର ୨ ଜଣ ପ୍ରତିଯୋଗୀ ବ୍ରୋଂଚ ପଦକ ପାଇଛନ୍ତି । ପ୍ରିତମ କୁମାର ନାହାକ ପୂର୍ବରୁ ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଭିନ୍ନ ପଦକ ହାସଲ କରିଥିଲେ । ଏନେଇ ପ୍ରିତମଙ୍କୁ ଛତ୍ରପୁର ଏବଂ ଆଖପାଖ ଅଂଚଳରୁ ପ୍ରଶଂସାର ସୁଅ ଛୁଟୁଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ